ଚୀନ୍‌ ଗୁଇନ୍ଦା ଜାହାଜ ଭାରତ ମହାସାଗରରେ ପଇଁତରା ମାରୁଛି

ସତ୍ୟଶିଖା(ନୂଆଦିଲ୍ଲୀ ): ୦୮.୧୨.୨୦୨୨ : ଭାରତର ରଣନୀତି ଉପରେ ଚୀନ୍‌ର  କଡା ନଜର।  ଭାରତ ସେନା ଆଉ ତାଙ୍କର ରଣନୀତି  ଉପରେ  ସବୁବେଳେ ନଜର ରଖିବା ସହ ତଥ୍ୟ ସଂଗ୍ରହ କରିବାରେ ବ୍ୟସ୍ତ  ଡ୍ରାଗନ।  ଆସନ୍ତା ୧୫-୧୬  ତାରିଖରେ  ଭାରତ ଅଗ୍ନି-୫ ମିସାଇଲ ପରୀକ୍ଷଣ କରିବାକୁ ଯାଉଛି। ଏହାର ଅନୁଧ୍ୟାନ ଏବଂ ଲୁଚିକରି  ତଥ୍ୟ  ସଂଗ୍ରହ କରୁଛି ଚୀନ୍‌।  ଏହା ପୂର୍ବରୁ ଭାରତ  ମହାସାଗରରେ ପୁଣି  ଚୀନ୍ ତାର ଗୁଇନ୍ଦା ଜାହଜ ୟୁଆନ୍‌  ଓ୍ୱାଙ୍ଗ-୫ ମୁତୟନ କରିଛି ।

ଏହାକୁ ମିଶାଇ ଚୀନ୍‌ ତୃତୀୟ ଥର ପାଇଁ  ଭାରତ ମହାସାଗରରେ  ଜାହଜ ମୁତୟନ କରିଛି। ତେବେ ଜାହାଜ  ୟୁଆନ୍‌ ଓ୍ୱାଙ୍ଗ-୫ର ବିଶେଷତ୍ୱ ଏହା ଯେ, ଏଥିରେ ବିଭିନ୍ନ  ପ୍ରକାର  ଟ୍ରାକିଂ  ଏବଂ ସର୍ଭେଲାନ୍ସ  ଉପକରଣ  ରହିଛି। ଭାରତ  ବଙ୍ଗୋପସାଗରରେ  ଦୀର୍ଘ ରେଞ୍ଜ୍‌ର ବାଲାଷ୍ଟିକ୍‌  ମିସାଇଲ୍‌ ଅଗ୍ନି-୫  ପରୀକ୍ଷଣ  କରିବାକୁ ଯାଉଥିବାବେଳେ  ଭାରତ ମହାସାଗରେ ଚୀନ୍‌ର  ଏହି ଜାହାଜ  ପଇଁତରା ମାରୁଛି।  ତେବେ ଏହି ଗୁଇନ୍ଦା ଜାହାଜର ଗତିବିଧି ଉପରେ ଭାରତୀୟ ନୌସେନା କଡା ନଜର ରଖିଛି। ଗତ ସୋମବାର ଦିନ ଚୀନର ଏହି ଜାହାଜ ଇଣ୍ଡୋନେସିଆର  ଜାଭା ଦ୍ୱୀପ ନିକଟରେ ଘୁରିବୁଲିଥିଲା।  ଏହା ପୂର୍ବରୁ     ଗତ ଅଗଷ୍ଟ ଏବଂ ନଭେମ୍ବରରେ  ଚୀନ୍‌ ଏହାର ସ୍ପାଏ ଶିପ୍‌  ମଧ୍ୟ ପଠାଇଥିଲା।

ଗୋଟିଏ ଅର୍ଥରେ କହିବାକୁ ଗଲେ  ଭାରତ ର ମିଶାଇଲ  ପରୀକ୍ଷଣରେ  ଚୀନ୍‌ ବ୍ୟସ୍ତ ଆଉ ବିବ୍ରତ ହୋଇପଡିଛି।   ଯେଉଁଥିପାଇଁ  ଚୀନ୍‌ ଗୁଇନ୍ଦା ଜାହାଜ ମାଧ୍ୟମରେ  କ୍ଷେପଣାସ୍ତ୍ରର କ୍ଷମତା, ରେଞ୍ଜ୍‌  ଉପରେ ତଥ୍ୟ ସଂଗ୍ରହ କରିବା ପାଇଁ ଉଦ୍ୟମ୍ୟ କରୁଛି।  ତେବେ ମିଶାଇଲ୍‌ ପରୀକ୍ଷଣ ପୂର୍ବରୁ ନଭେମ୍ବର  ୩୦ରେ  ଭାରତ୍‌ ନୋଟିସ୍‌ ଟୁ ଏୟାରମେନ୍‌ ଜାରି କରିଥିଲା।  ଏହି ନୋଟିସ୍‌ ଅନୁସାରେ  ବଙ୍ଗୋପସାଗର  ଉପକୂଳରୁ  ୫,୪୦୦ କି.ମି ପର୍ଯ୍ୟନ୍ତ  ନୋ ଫ୍ଲାଇଂ  ଜୋନ୍‌ କରାଯାଇଥିଲା।  ତେବେ ଏନ୍ଓଟିଏମ୍‌ ଜାରି କରିବାର ମାତ୍ର ୫  ଦିନ ପରେ ଚୀନ୍‌  ଗୁଇନ୍ଦା ଜାହାଜ  ଭାରତ ମହାସାଗରେ ନଜର ଆସିଛି। ଯାହକୁ ନେଇ ଏବେ ସଜାଗ ଅଛନ୍ତି  ଭାରତୀୟ ନୌସେନା।

Exit mobile version