ନ୍ୟୁଜ୍ରାଜ୍ୟ

ଶ୍ରୀମନ୍ଦିର ପାଇଁ ୧୯୦କୋଟି ଟଙ୍କାର ବଜେଟ୍‌କୁ ମିଳିଲା ଅନୁମୋଦନ

ସତ୍ୟଶିଖା ( ପୁରୀ  )୦୨/୧୧ /୨୦୨୧: ସରିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ନିଳାନ୍ଦ୍ରୀ ଭକ୍ତନିବାସରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି । ଏଥିରେ ମହାପ୍ରଭୁଙ୍କ ଜମିଜମା ସହ ୨୦୨୧-୨୨ ଆର୍ଥିକ ବର୍ଷର ୧୯୦ କୋଟି ଟଙ୍କାର ବଜେଟ୍କୁ ଅନୁମୋଦନ ମିଳିଛି । ଖଣିରୁ ୧୫ କୋଟି, ବ୍ୟାଙ୍କ ଜମା ସୁଧରୁ ୩୭ କୋଟି ଓ ହୁଣ୍ଡିରୁ ୬ କୋଟି ଟଙ୍କା ଆୟ ହୋଇଛି । ଖଣିରୁ ଖଣ୍ଡଲାଇଟ ପଥର ଆମଦାନୀ ପାଇଁ ଓଏମସି ସହିତ ମନ୍ଦିର ପ୍ରଶାସନର ଚୁକ୍ତି ହେବ । ଖଣିରୁ ୭୦ କୋଟି ଟଙ୍କାର ଆୟ ପାଇଁ ଲକ୍ଷ୍ୟ ରହିଛି ।

ପୁରୀ ସହର ଜମି ଜମା ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ ହୋଇଛି । ଖୁବ ଶୀଘ୍ର ଏ ସମସ୍ୟାର ସମାଧାନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର ପ୍ରତିଶୃତି ଦେଇଛନ୍ତି । ଏହାସହ ସୂର୍ଯ୍ୟ ମନ୍ଦିର ଦ୍ୱାରରେ ରୂପା ଛାଉଣୀ ହେବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇଛି । ଜଣେ ଦାତାଙ୍କ ଦ୍ୱାରା କରାଯିବ ରୂପା ଛାଉଣୀ । ସେବାୟତ, ଶ୍ରୀ ମନ୍ଦିର କର୍ମଚାରୀମାନଙ୍କ ପାଇଁ ଖୁବ ଶୀଘ୍ର ଡ୍ରେସ କୋର୍ଡ ଲାଗୁ ହେବା ନେଇ ବୈଠକରେ ନିଷ୍ପତି ହୋଇଛି ।

Show More
Back to top button