ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଆଜି ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ସତ୍ୟଶିଖା(ଭୁବନେଶ୍ୱର) ୧୫.୧୨.୨୦୨୧: ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନାରେ ସାମିଲ ହେବ ଆଉ ଦୁଇ ଜିଲ୍ଲା । ଆଜି ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଦୁଇ ଜିଲ୍ଲା ପାଇଁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଂଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ଯୋଡି ହେଲାଣି ୨୮ ଜିଲ୍ଲା । ତେଣୁ ଆଜି ଆଉ ୨ ଜିଲ୍ଲା ଏହି ଯୋଜନାରେ ସାମିଲ ହେବା ପରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ଯୋଜନା ପହଞ୍ଚିବ । ଚଳିତ ବର୍ଷ ଅଗଷ୍ଟ ୧୫ରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଏହି ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡରେ ସେବା ପ୍ରଦାନ ଆରମ୍ଭ ହୋଇଛି । ଏଥିରେ ରାଜ୍ୟର ମୋଟ୍ ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ରାଜ୍ୟରେ କେହି ଯେପରି ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ହେବେନି ଏଥିପାଇଁ ଏହି ଯୋଜନା ଅଣାଯାଇଥିଲା । ଏହାସହ ଏହି ଯୋଜନାର ଲାଭ କିଭଳି ସହଜରେ ହିତାଧିକାରୀଙ୍କୁ ମିଳିପାରିବ ସେଥିପାଇଁ ସ୍ୱାର୍ଟ ହେଲଥ କାର୍ଡ ବଣ୍ଟନ କରୁଛନ୍ତି ସରକାର । ଆଉ ନବୀନଙ୍କ ଏହି ପଦକ୍ଷେପ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ଏବଂ ଗରିବଙ୍କ ଉନ୍ନତମାନର ଚିକିତ୍ସା ସୁବିଧା ମିଳିବ ।

Show More
Back to top button