ସତ୍ୟଶିଖା(ଭୋପାଲ )୦୮.୦୯ . ୨୦୨୨: ଚର୍ଚ୍ଚାରେ ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର-ଆଲିଆ। ଶୁକ୍ରବାର ରିଲିଜ ହେବାକୁ ଯାଉଛି ଅପ୍କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’। ଫୁଲ୍ ଦମ୍ରେ ଏହି ଫିଲ୍ମର ପ୍ରମୋସନ୍ ପାଇଁ ଦୁହେଁ ଲାଗିପଡିଛନ୍ତି। ତେବେ ଫିଲ୍ମ ରିଲିଜ ପୂର୍ବରୁ ଉଭୟ ରଣବୀର କପୁର ଓ ଆଳିଆ ଭଟ୍ଟ ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ କରାଯାଇଛି ତୀବ୍ର ବିରୋଧ। ଦର୍ଶନ ନକରି ତାଙ୍କୁ ଅଧାରୁ ଫେରିବାକୁ ପଡିଛି।
ରଣବୀର-ଆଲିଆଙ୍କୁ ତୀବ୍ର ବିରୋଧ: ମହାକାଳଙ୍କ ଦର୍ଶନ ନକରି ଫେରିଗଲେ
