ସତ୍ୟଶିଖା(ଭୁବନେଶ୍ୱର) ୧୫.୧୧.୨୦୨୩ : ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । କୁଚିଣ୍ଡା ଥାନା ଅଞ୍ଚଳରୁ ଜଣେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗ ମୁର୍ଶିଦାବାଦରୁ ଗୃହ ନିର୍ମାଣ କାମ କରିବାକୁ ଆସି ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ କୁଚିଣ୍ଡାରେ ଏକ ୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି ।
କୁଚିଣ୍ଡା ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ସହରାଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ସମ୍ପୃକ୍ତ ଯୁବକ ରିଙ୍କୁ ଶେଖ୍ ରାଜମିସ୍ତ୍ରୀ ଭାବରେ ନିର୍ମାଣ କାମ କରୁଥିଲା । ୭ ବର୍ଷ ବୟସ୍କା ଶିଶୁକନ୍ୟା ଏକୁଟିଆ ଥିଲେ । ଘରେ କେହି ନ ଥିବାର ସୁଯୋଗ ନେଇ ନିର୍ମାଣ କାମରେ ନିୟୋଜିତ ରିଙ୍କୁ ଶେଖ୍ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ।
ପରିବାର ଲୋକଙ୍କ ହାବୁଡରେ ପଡିଯାଇଥିଲେ । ଫେରାର୍ ହେବାକୁ ଉଦ୍ୟମ କରିବା ସମୟରେ କାବୁ କରିନେଇଥିଲେ ପରିବାର ଲୋକେ । ଏହାପରେ ପୀଡ଼ିତା ଶିଶୁକନ୍ୟାଙ୍କ ପରିବାର ପୁଲିସକୁ ଖବର ଦେବାରୁ ପୁଲିସ ଆସି ତା’କୁ ଥାନାକୁ ନେଇଥିଲା । ଏହି ଅଭିଯୋଗକୁ ଭିତ୍ତିକରି କୁଚିଣ୍ଡା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।