ଦୁର୍ଘଟଣାଦେଶବିଦେଶ

୫ବର୍ଷର ଶିଶୁପୁତ୍ରର ୧୪ମହଲାରୁ ଖସି ପଡ଼ି ମୃତ୍ୟୁ

ସତ୍ୟଶିଖା (ଗାଜିଆବାଦ) ୭/୧୧/୨୦୨୦ : ଗାଜିଆବାଦର ସିହାନୀ ଗେଟ୍ ଥାନା ଅଞ୍ଚଳର ରାଜନଗର ଏକ୍ସଟେନ୍ସନ ଅଞ୍ଚଳର ପଶ୍ ଭିଭିଆଇପି ସୋସାଇଟିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଏଠାରେ ୫ବର୍ଷର ଏକ ନିରୀହ ଶିଶୁର ୧୪ମହଲାରୁ ଖସି ପଡ଼ିବାରୁ ମୃତ୍ୟୁ ଘଟିଛି।ଘଟଣା ପରେ ସୋସାଇଟିରେ ହଇଚଇ ସୃଷ୍ଟି ହୋଇଛି । ପଡ଼ୋଶୀ ତୁରନ୍ତ ଶିଶୁଟିକୁ ନେଇ ହସ୍ପିଟାଲ ପହଞ୍ଚିଥିଲେ।କିନ୍ତୁ ଡାକ୍ତର ତାକୁ ମୃତ ଘୋଷିତ କରି ଦେଇଥିଲେ । ଘଟଣା ପରେ ସ୍ଥାନୀୟ ପୋଲିସ୍ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଦୁର୍ଘଟଣାର ଶିକାର ହୋଇଥିବା ୫ବର୍ଷୀୟ ନିରୀହ ଶିଶୁ ତେଜସ୍ବ ଚରଣ,ଗାଜିଆବାଦର ଏକ ସ୍କୁଲର ଛାତ୍ର ଥିଲା । ସେ ଏଲକେଜି କ୍ଲାସରେ ପଢ଼ୁଥିଲା । ତେଜସ୍ବ,ରାଜନଗର ଏକ୍ସଟେନ୍ସନ ଅଞ୍ଚଳର ପଶ୍ ସୋସାଇଟି ଭିଭିଆଇପିରେ ନିଜ ବାପା ମାଆଙ୍କ ସହ ୧୪ମହଲାର ଫ୍ଲାଟରେ ରହୁଥିଲା ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ସୋସାଇଟିର ଜଣେ ମହିଳାଙ୍କଠୁ ମିଳିଥିବା ସୂଚନା ଅନୁସାରେ ମୃତ ଶିଶୁର ମାଆ ଜଣେ ନର୍ସ ଥିବାବେଳେ ତା ବାପା ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରନ୍ତି । ବାପା କରୋନା କାଳରେ ବର୍ତ୍ତମାନ ଓ୍ବାର୍କ ଫ୍ରମ୍ ହୋମ କାମ କରୁଥିଲେ ।

ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଦୁର୍ଘଟଣା ସମୟରେ ତେଜସ୍ବର ବାପା ମାଆ ବାହାରେ ଥିଲେ। ତା ମାଆ କାମକୁ ଯାଇଥିଲେ ଏବଂ ତା ବାପା ସେ କହିଥିବା ଖାଇବା ଜିନିଷ ଆଣିବାକୁ ପାଖ ଦୋକାନକୁ ଆସିଥିଲେ । ଏହି ସମୟରେ ତେଜସ୍ବ ଦୁର୍ଘଟଣାର ଶିକାର ହୋଇଥିଲା । ଶିଶୁଟି ବାଥରୁମରୁ ଷ୍ଟୁଲ୍ ଉଠାଇ ଫ୍ଲାଟର ବାଲକନିରେ ଆସି ଷ୍ଟୁଲରେ ଚଢ଼ି ତଳକୁ ନଇଁ ଦେଖୁଥିଲା । ଏହି ସମୟରେ ହଠାତ୍ ଷ୍ଟୁଲର ବାଲାନ୍ସ ବିଗିଡ଼ି ଯାଇଥିଲା ଏବଂ ଶିଶୁଟି ୧୪ମହଲାରୁ ତଳକୁ ଖସି ପଡ଼ିଥିଲା । ଘଟଣା ପରେ ଶିଶୁର ବାପା ମାଆ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

Show More
Back to top button