ସତ୍ୟଶିଖା ୦୭/୧୦/୨୦୨୫:କଟକ ସହରରେ ୧୩ଟି ଥାନା ଅଧୀନରେ ଥିବା ସ୍ପର୍ଶକାତର ସ୍ଥାନରେ ପୁଲିସ ବ୍ଲକିଂ, ଚେକିଂ ଓ ପାଟ୍ରୋଲିଂ ଜାରି ରଖିଛି । ସହରରେ ୬୦ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ୮ କମ୍ପାନି କେନ୍ଦ୍ରୀୟ ଫୋର୍ସ, ସିଆରପିଏଫ, ବିଏସଏଫ୍ ଯବାନ ମୁତୟନ ହୋଇଛନ୍ତି । କଟକ ଜିଲ୍ଲାପାଳଙ୍କ ସୁପାରିସରେ ଗୃହ ବିଭାଗ ପକ୍ଷରୁ କଟକଣା । ସିଏମ୍ସି, ସିଡିଏ, ବୟାଳିଶି ମୌଜାରେ କଟକଣା ବଳବତ୍ତର । ହ୍ବାଟ୍ସଆପ୍, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, ଏକ୍ସ ଓ ସ୍ନାପ୍ଚାଟ୍ ବନ୍ଦ । କଟକଣାରୁ ବାଦ୍ ରେଲୱେ, ବ୍ୟାଙ୍କ ଓ ବିଭିନ୍ନ ସରକାରୀ ସେବା ବାଦ୍ ରହିଛି ।
ଗତ ଶୁକ୍ରବାର କଟକରେ ଭସାଣ ସମୟରେ ଦରଘାବଜାର ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଯାହା କ୍ରମେ ରକ୍ତପାତରେ ବଦଳିଥିଲା। ଲଏଥିରେ ସାଧାରଣ ଲୋକଙ୍କ ସହ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଆରୋପ, ପ୍ରତ୍ୟାରୋପ ବଢ଼ିବା ପରେ ବିରୋଧର ସ୍ୱର ଉଠିଥିଲା । ଯାହା ଉଗ୍ରରୂପ ନେଉଥିବା ଲକ୍ଷ୍ୟ କରାଯିବା ପରେ ପୂରା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯିବା ସହ ଇଣ୍ଟରନେଟ୍ ଉପରେ କଟକଣା ଲାଗିଛି ।
