ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା

ସତ୍ୟଶିଖା( ସୁନ୍ଦରଗଡ) ୦୭.୦୮ .୨୦୨୧: ସୁନ୍ଦରଗଡରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା। ଦ୍ଵିତୀୟ ଏମ୍ସ ପାଇଁ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି ।

ତେବେ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି । ରାସ୍ତା ଘାଟ ଦୋକାନ ବଜାର ସବୁ ବନ୍ଦ ରହିଛି। ପୋଲିସ ପକ୍ଷରୁ କଡ୍ଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଛକ ଛକରେ ପୁଲିସ ମୁତୟନ ଅଛନ୍ତି ।

Exit mobile version