ରାଜ୍ୟ

ଟ୍ରେନ୍‌ରୁ ଚୋରି ହେଲା ୨୫୦ ବସ୍ତା ସାର

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ରେଲୱେ ଷ୍ଟେସନରେ ଏକ ମାଲବାହୀ ଟ୍ରେନରୁ ୨୫୦ ବସ୍ତା ସାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ କମ୍ପାନୀ ପକ୍ଷରୁ ବଲାଙ୍ଗିର ରେଲୱେ ଥାନାରେ ଅଭିଯୋଗ କରାଯାଇଛି।

ଆହୁରି ପଢ଼ନ୍ତୁ

ସୂଚନା ଅନୁସାରେ, ଏକ ମାଲବାହୀ ଟ୍ରେନ ବିଶାଖାପଟନମରୁ ପୋଟାସ ପ୍ରାଇଭେଟ ଲିମିଟେଡର ସାର ବସ୍ତା ନେଇ ଗତକାଲି ସକାଳେ ବଲାଙ୍ଗିର ଷ୍ଟେସନରେ ପହଞ୍ଚିଥିଲା। ଆଜି ସକାଳେ କମ୍ପାନୀର କର୍ମଚାରୀ ସାର ବସ୍ତାକୁ ଆଣିବାକୁ ଗଲା ବେଳେ ତିନୋଟି ବଗିର ସିଲ୍ ଖୋଲା ଯାଇଥିବା ଦେଖିବାକୁ ପାଇଥିଲେ। ପ୍ରାୟ ତିନୋଟି ବଗିରୁ ୨୫୦ ସାର ବସ୍ତା ଚୋରି ହୋଇଥିବା କମ୍ପାନୀ କର୍ମଚାରୀ ଦେଖିଥିଲେ। ଏନେଇ କର୍ମଚାରୀ ମାନେ ବଲାଙ୍ଗିର ରେଲୱେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ରେଲୱେ ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଗତକାଲି ରାତିରେ କେହି ଟ୍ରେନ୍‌ରୁ ସାର ଚୋରି କରିନେଇଥିବା ସନ୍ଦେହ କରାଯାଉଛି।

[ad_2]
Show More
Back to top button