ଦେଶ

‘ଦେଶର ନାମ ଇଣ୍ଡିଆ ସ୍ଥାନରେ ଭାରତ ହେଉ’

ନୂଆଦିଲ୍ଲୀ: ଦେଶର ନାମ ଇଣ୍ଡିଆ ସ୍ଥାନରେ ଭାରତ ନହେଲେ ହିନ୍ଦୁସ୍ଥାନ ହେଉ। ଏଭଳି ଏକ ଆବେଦନ ସୁପ୍ରିମକୋର୍ଟରେ ଦାୟର ହୋଇଛି। ସୁପ୍ରିମକୋର୍ଟ ମଧ୍ୟ ଶୁଣାଣି ପାଇଁ ରାଜି ହୋଇଛନ୍ତି। ଜୁନ୍ ୨ରେ ଏହାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଚନ୍ଦ୍ର ବୋବଡ଼େଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଆବେଦନକାରୀ କହିଛନ୍ତି, ଭାରତ ନହେଲେ ହିନ୍ଦୁସ୍ଥାନ ହେଲେ ଆମେ ଆମର ଜାତୀୟତାକୁ ନେଇ ଅଧିକ ଗୌରବ୍ୱାନିତ ହୋଇପାରିବା। ସମ୍ୱିଧାନର ଅନୁଚ୍ଛେଦ ୧କୁ ମଧ୍ୟ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେବା ଦରକାର ବୋଲି ଆବେଦନକାରୀ କହିଛନ୍ତି।

[ad_2]
Show More
Back to top button