ରାଜ୍ୟ

‘କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଶିକ୍ଷକଙ୍କୁ ମାଡ଼ ମାରିଲେ ହେବ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର(ସତ୍ୟଶିଖା): କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଶିକ୍ଷକଙ୍କୁ ମାଡ଼ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହାସହ ଶିକ୍ଷକଙ୍କ ସୁରକ୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରାଯାଇଛି। ‘କରୋନା’ ମୁକାବିଲାରେ ଶିକ୍ଷକମାନେ ହେଉଛନ୍ତି ଯୋଦ୍ଧା। ସେମାନଙ୍କ ମନଭାବକୁ ସରକାର ପ୍ରଶଂସା ମଧ୍ୟ କରିଛନ୍ତି। ଯେଉଁମାନେ ସେମାନଙ୍କ ଉପରେ ଆକ୍ରମଣ କରୁଛନ୍ତି, ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ସୂଚନାରୁ ପ୍ରକାଶ, ଗତ ୨୨ ତାରିଖରେ ଗଞ୍ଜାମ ଜଗନ୍ନାଥ ପ୍ରସାଦ କ୍ଷେତ୍ର ମୁଣ୍ଡୁଳି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ ନାୟକ ଓ ୨୪ ତାରିଖରେ ବାଲେଶ୍ୱରର ତୋଟାପଡ଼ା ବିଦ୍ୟାଳୟର କ୍ରୀଡା ଶିକ୍ଷକ ଲକ୍ଷ୍ମୀଧର ପରିଡାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଏହାଛଡ଼ା ଅନେକ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀମାନେ ଶିକ୍ଷକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଉଛି।

[ad_2]
Show More
Back to top button