ରାଜ୍ୟ

‘ମାସ୍କ ପିନ୍ଧୁ ନଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ହେବ ପୁଲିସ୍‌’

ଭୁବନେଶ୍ୱର(ସତ୍ୟଶିଖା): ‘କରୋନା’କୁ ପ୍ରତିହତ କରିବା ପାଇଁ ମାସ୍କ ପିନ୍ଧିବା ଜରୁରୀ। ମାତ୍ର ଏହି ନିୟମକୁ କେତେକ ଲୋକ ମାନୁ ନାହାନ୍ତି। ଏଥିପାଇଁ ଜୋରିମାନା ଆଦାୟ କରାଯାଉଥିଲେ ମଧ୍ୟ ସେମାନଙ୍କ ଚରିତ୍ରରେ ପରିବର୍ତ୍ତନ ଆସୁନି। ସେପରି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଟକ-ଭୁବନେଶ୍ୱର ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ କହିଛନ୍ତି।

ଆହୁରି ପଢ଼ନ୍ତୁ

ମାସ୍କ ପିନ୍ଧିବାକୁ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି-“ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତ୍ୱ ରଖନ୍ତୁ। ବାହାରେ ଛେପ ପକାନ୍ତୁନି। ହେଲ୍‌ମେଟ୍‌ ନପିନ୍ଧି ପାଖରେ ରଖିବା ପରି ମାସ୍କକୁ ନପିନ୍ଧି ଓଳାନ୍ତୁ ନାହିଁ। ମାସ୍କ ପିନ୍ଧିଲେ ଆପଣ ଓ ଆପଣଙ୍କ ପରିବାର ସୁସ୍ଥ ରହିବେ। ଅନ୍ୟର ସୁରକ୍ଷା ପାଇଁ ମାସ୍କ ପିନ୍ଧନ୍ତୁ। ଲକ୍‌ ଡାଉନ୍‌ କୋହଳର ମାନେ ନୁହେଁ ଯେ କରୋନା ପଳାଇଲା। କରୋନା ଅଛି, ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। ଲୋକଙ୍କୁ ସଚେତନତା ପାଇଁ ମାଇକ ଯୋଗେ ପ୍ରଚାର କରାଯିବ। ଲୋକଙ୍କୁ ସଚେତନ କରିବାକୁ ସବୁ ସ୍ତରରେ ଉଦ୍ୟମ ହେବା ଦରକାର।”

 

[ad_2]
Show More
Back to top button