ଦେଶ

୨୬ ଦିନରେ ୧ ଲକ୍ଷ ୧୬ ହଜାର କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୩୮୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଲେ ୧୭୦ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ୧,୫୧,୭୬୭ ଜଣ ସଂକ୍ରମିତ ହୋଇଥିବାବେଳେ ୮୩୦୦୪ ଜଣ ଚିକିତ୍ସାଧୀନ ରହିଛନ୍ତି। ୬୪,୪୨୫ ଜଣ ଡିସଚାର୍ଜ ହୋଇଛନ୍ତି। ମୋଟ୍ ୪୩୩୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ତେବେ ଦେଶରେ ଆରୋଗ୍ୟ ହାର ପୂର୍ବ ତୁଳନାରେ ବଢ଼ୁଛି। ଏବେ ଆରୋଗ୍ୟ ହାର ୪୧.୬୦% ରହିଛି। ପୂର୍ବରୁ ମାର୍ଚ୍ଚରେ ଏହି ହାର ୭% ରହିଥିଲା। ଏବେ ମୃତ୍ୟୁ ହାର ୨.୮୭% ଥିଲା। ଯାହାକି ଅନ୍ୟ ଦେଶ ତୁଳନାରେ ବହୁତ୍ କମ୍। ଫ୍ରାନ୍ସରେ ମୃତ୍ୟୁ ହାର ଏବେ ୧୯.୯% ରହିଛି।

ଆହୁରି ପଢ଼ନ୍ତୁ

ଭାରତରେ ୩୦ ଜାନୁଆରୀରେ ପ୍ରଥମେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫେବୃଆରୀ ଓ ମାର୍ଚ୍ଚରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଏତେଟା ଦେଖିବାକୁ ମିଳିନଥିଲା। ଏପ୍ରିଲରେ କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା। ୩୦ ଏପ୍ରିଲ ଯାଏ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୮୬୬ ଥିଲା। ହେଲେ ଚଳିତ ମାସ ଆକ୍ରାନ୍ତଙ୍କ ସଂଖ୍ୟା ଢ଼େର ବଢ଼ିଛି। ମୋଟ୍ ୨୭ ଦିନରେ ୧,୧୫,୯୦୧ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୧୦ ଦିନରେ ୫୦ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଏବେ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୧,୭୨୫, ୨୭୫ ରହିଥିବାବେଳେ ବ୍ରାଜିଲରେ ୩୯୪,୫୦୭, ରୁଷରେ ୩୬୨,୩୪୨, ସ୍ପେନରେ ୨୮୩,୩୩୯, ବ୍ରିଟେନରେ ୨୬୫,୨୨୭, ଇଟାଲୀରେ ୨୩୦,୫୫୫, ଜର୍ମାନୀରେ ୧୮୧,୨୮୮ ଏବଂ ତୁର୍କୀରେ ୧୫୯,୭୬୨ ରହିଛନ୍ତି ଆକ୍ରାନ୍ତଙ୍କ ସଂଖ୍ୟା।

[ad_2]
Show More
Back to top button