ଦେଶ

ମେ’ ୩୧ ପରେ ଏହି ରାଜ୍ୟ ଲକଡାଉନ୍ ବଢ଼ାଇପାରେ

ମୁମ୍ୱାଇ: ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବାକୁ ହାତରେ ଆଉ ୭ ଦିନ ରହିଛି। ଏହା ପୂର୍ବରୁ ରାଜ୍ୟରେ ଲକଡାଉନ୍ ଅବଧି ବଢ଼ାଇବାକୁ ଚିନ୍ତା କରୁଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପରୋକ୍ଷରେ ସୂଚନା ଦେଇଛନ୍ତି। ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ ବଢ଼ୁଥିବା ଦେଖି ଉଦ୍ଧବ ଠାକରେ ଏଭଳି ମତ ରଖିଛନ୍ତି। ସେହିପରି ଘରୋଇ ବିମାନ ସେବା ଆରମ୍ଭ କରିବା ନେଇ ଅଧିକ ସମୟ ମାଗିଛନ୍ତି ଉଦ୍ଧବ।

ସେ କହିଛନ୍ତି, “ଲକଡାଉନ୍ ହଠାତ୍ କରିବା ଠିକ୍ ନୁହେଁ। ହେଲେ ଏବେ ଲକଡାଉନ୍ ହଟାଇବା ଲୋକଙ୍କ ପାଇଁ କ୍ଷତିକାରକ ହୋଇପାରେ। ଏବେ ସମ୍ପୂର୍ଣ୍ଣ ସ୍ଥିତି ବାବଦରେ ସମୀକ୍ଷା ହେବାର ଆବଶ୍ୟକତା ରହିଛି। ପ୍ରତି ସପ୍ତାହରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆସନ୍ତା ସପ୍ତାହରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ। ଯାହାକି ଚିନ୍ତାଜନକ। ତେଣେ ଜୁନରୁ ମୌସୁମୀ ସକ୍ରିୟ ହେବ, ତେଣୁ ଲୋକମାନେ ଘରେ ରହି ବ୍ୟାୟାମ କରିବା ଦରକାର”।

ସେହିପରି ମହାରାଷ୍ଟ୍ରର ଦୃହ ମନ୍ତ୍ରୀ ଅନୀଲ ଦେଶମୁଖ ଘରୋଇ ବିମାନ ସେବା ପ୍ରକ୍ରିୟା ଉପରେ ରୋକ୍ ଲଗାଇଛନ୍ତି। ଏ ବାବଦରେ ମୁଖ୍ୟମନ୍ତ୍ରୀ ଠାକରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀଙ୍କ ସହିତ କଥା ହୋଇଥିବା ସେ କହିଛନ୍ତି।

[ad_2]
Show More
Back to top button