ରାଜ୍ୟ

ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌ରେ ପ୍ରସବ | Satyasikha

ବଲାଙ୍ଗିର(ସତ୍ୟଶିଖା): ତେଲଙ୍ଗାନାରୁ ଓଡ଼ିଶା ଆସୁଥିବା ଏକ ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌ରେ ଶିଶୁ ପୁତ୍ର ପ୍ରସବ କଲେ ମହିଳା।  ପ୍ରସବ ପରେ ଉଭୟ ମା’ ଓ ଶିଶୁପୁତ୍ର ସୁସ୍ଥ ଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ

ବଲାଙ୍ଗିର ଜିଲ୍ଲା କମେଇମୁଣ୍ଡା ପଞ୍ଚାୟତର ଧୁବଲେ ନାଗଙ୍କ ପତ୍ନୀ କୁନ୍ତି ନାଗ ନିଜ ପରିବାର ସହ ସିକନ୍ଦରାବାଦରୁ ଘରକୁ ଫେରୁଥିଲେ। କିନ୍ତୁ ଟ୍ରେନରେ ହିଁ କୁନ୍ତିଙ୍କ ପ୍ରସବ ବେଦନା ହୋଇଥିଲା। ଏହାପରେ ସେଠାରେ ସେ  ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ।  ଟ୍ରେନ୍‌ଟି ବଲାଙ୍ଗିରରେ ପହଞ୍ଚିବା ପରେ ସଂପୃକ୍ତ ଶିଶୁ ଏବଂ ତାଙ୍କ ମା’ଙ୍କୁ ବଲାଙ୍ଗିର ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ  ଉଭୟେ ସୁସ୍ଥ ଥିବା ଜଣାପଡ଼ିଛି।

[ad_2]
Show More
Back to top button