ସୋମବାର ଇଦ-ଉଲ୍-ଫିତର୍ | Satyasikha


ନୂଆଦିଲ୍ଲୀ: ସୋମବାର ଇଦ-ଉଲ୍-ଫିତର୍ ପାଳନ ହେବ। ଆଜି ଚାନ୍ଦ ଦେଖାଯିବାରୁ ଆସନ୍ତାକାଲି ଇଦ-ଉଲ୍-ଫିତର୍ ପାଳିବେ ମୁସଲିମ ଭାଇ ଭଉଣୀ। ଶନିବାର ଜହ୍ନ ଦୃଶ୍ୟ ହୋଇ ନ ଥିବାରୁ ରବିବାର ଇଦ୍ ପାଳନ ହୋଇନଥିଲା। ଶେଷରେ ସୋମବାର ଇଦ୍ ପାଳନ ହେବ ବୋଲି ଦିଲ୍ଲୀ ଜାମା ମସଜିଦ୍ ସାହି ଇମାମ୍ ସୟଦ୍ ଅହମ୍ମଦ୍ ବୁଖାରୀ ଘୋଷଣା କରିଛନ୍ତି।
ଚାନ୍ଦ ଦର୍ଶନ ପରେ ପବିତ୍ର ରମଜାନ ମାସ ଶେଷ ହୋଇଥାଏ। ମାସ ଯାକ ରୋଜା ପାଳିଥିବା ମୁସଲିମ ଭାଇ ଭଉଣୀମାନେ ଏହି ଅବସରରେ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି। ଇଦ୍-ଉଲ୍-ଫିତରରେ ସମୂହ ନମାଜ ପାଠ କରାଯାଇଥାଏ। ଚଳିତ ଥର କରୋନା ଭାଇରସ ପାଇଁ ଦେଶ ଲକଡାଉନ୍ ରହିଥିବାରୁ ସମୂହ ନମାଜ ପାଠକୁ ଅନୁମତି ମିଳିନାହିଁ। ଏଥିସହ ମସଜିଦ ମଧ୍ୟ ବନ୍ଦ ରହିଛି।
ଆହୁରି ପଢ଼ନ୍ତୁ
ମସଜିଦକୁ ଯାଇ ନମାଜ ପାଠ କରିବା ବଦଳରେ ଘରେ ବସି ନମାଜ ପାଠ କରିବାକୁ ମୁସଲିମ ଧର୍ମଗୁରୁ ମାନେ ଆହ୍ୱାନ କରିଛନ୍ତି। ଏହି ସମୟରେ କରୋନା ଗାଇଡ୍ ଲାଇନ୍ ପାଳନ କରିବାକୁ ମଧ୍ୟ ନିବେଦନ କରାଯାଇଛି।
ଇଦ-ଉଲ୍-ଫିତର୍ ପୂର୍ବ ସଂଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି। ଏଥିସହ କରୋନା ଗାଇଡଲାଇନ୍ ପାଳନ କରିବାକୁ ସେ ଆହ୍ୱାନ କରିଛନ୍ତି।






