ଖେଳ

ପାକ୍ କ୍ରିକେଟରଙ୍କୁ କରୋନା | Satyasikha

କରାଚି: ଏକାଧିକ ଫୁଟବଲରଙ୍କୁ କରୋନାରେ ଆକ୍ରାନ୍ତ ହେବା ପରେ ପ୍ରଥମଥର ଲାଗି କ୍ରିକେଟକୁ ଛୁଇଁଲା ଏହି ମହାମାରୀ। ଏହି କ୍ରିକେଟର ଜଣକ ହେଉଛନ୍ତି ପାକିସ୍ତାନର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ତୌଫିକ୍ ଉମର। ଉମରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ତେବେ ବର୍ତ୍ତମାନ ସେ ନିଜ ଘରେ ହିଁ କ୍ୱାରେଣ୍ଟାଇନରେ ରହିବେ। ଖୋଦ୍ ତୌଫିକ୍ ଏକ ଘରୋଇ ଟିଭି ଚ୍ୟାନେଲ ଜରିଆରେ ଏହି କଥା ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, “ଗତ ରାତିରେ ମୁଁ ଅସୁସ୍ଥ ଅନୁଭବ କରିବାରୁ ନିଜର ଟେଷ୍ଟ କରାଇଥିଲି। ଟେଷ୍ଟ ପରେ ରିପୋର୍ଟରେ ପଜିଟିଭ୍ ଆସିଥିଲା। ତେବେ ଆଶ୍ୱସ୍ତିକର କଥା ହେଉଛି, ମୋ ଭିତରେ ଥିବା ଲକ୍ଷଣ ସେତେଟା ଗୁରୁତର ନୁହେଁ। ମୁଁ ନିଜକୁ ଘରେ ଆସୋଲେଟ୍ କରିଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ମୋର ଶୀଘ୍ର ସୁସ୍ଥା ହେବା ନେଇ ପ୍ରାର୍ଥନା କରନ୍ତୁ।” ତୌଫିକଙ୍କୁ ପୂର୍ବରୁ କିଛି ଫୁଟବଲରଙ୍କୁ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା।

ଆହୁରି ପଢ଼ନ୍ତୁ

୨୦୦୧ରେ ପାକିସ୍ତାନ ପକ୍ଷରୁ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ତୌଫିକ୍ ନିଜର ୧୩ ବର୍ଷର କ୍ୟାରିୟରରେ ୪୪ ଟେଷ୍ଟ ଓ ୨୨ ଦିନିକିଆ ଖେଳିଛନ୍ତି। ସେ ଟେଷ୍ଟରେ ୩୭.୯୮ ହାରରେ ୨୯୬୩ ରନ୍ ଏବଂ ଦିନିକିଆରେ ୫୦୪ ରନ୍ କରିଛନ୍ତି। ଟେଷ୍ଟ କ୍ରିକେଟରେ ତାଙ୍କ ନାଁରେ ୭ ଶତକ ଓ ୧୪ ଅର୍ଦ୍ଧଶତକ ରହିଛି। ସେହିପରି ଦିନିକିଆରେ ସେ ତିନୋଟି ଶତକ ମାରିଛନ୍ତି। ୨୦୧୪ରେ ସେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।

ସୂଚନାଯୋଗ୍ୟ, ସାରା ଦୁନିଆରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ପାକିସ୍ତାନରେ ଏପର୍ଯ୍ୟନ୍ତ ୫୦ହଜାରରୁ ଅଧିକ ଲୋକେ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ବେଳେ ୧ହଜାରରୁ ଅଧିକ ଲୋକେ ପ୍ରାଣ ହରାଇ ସାରିଛନ୍ତି।

[ad_2]
Show More
Back to top button