ଅମ୍ଫାନ ପାଇଁ ଶ୍ରମିକ ସ୍ପେଶାଲ ଟ୍ରେନ ବନ୍ଦ କରିବାକୁ ଦିଦିଙ୍କ ଚିଠି


କୋଲକାତା: ପଶ୍ଚିମବଙ୍ଗରେ ଖଣ୍ଡପ୍ରଳୟ କରିଥିବା ବାତ୍ୟା ଅମ୍ଫାନ ପାଇଁ ପଶ୍ଚିମବଙ୍ଗ ସରକାର ପ୍ରବାସୀ ଟ୍ରେନ ଚଳାଚଳ ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ମେ’ ୨୬ ତାରିଖ ଯାଏ ରାଜ୍ୟକୁ କୌଣସି ଶ୍ରମିକ ସ୍ପେଶାଲ ଟ୍ରେନ ନ ପଠାଇବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଏନେଇ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନା ମେ’ ୨୨ରେ ରେଳବାଇ ବୋର୍ଡ ଅଧ୍ୟକ୍ଷ ଭିକେ ଯାଦବଙ୍କୁ ଚିଠି ଲେଖିଛନ୍ତି।
ଏଥିରେ ସେ ଲେଖିଛନ୍ତି ଯେ ମେ’ ୨୦-୨୧ରେ ବାତ୍ୟା ଅମ୍ଫାନ ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସବୁ କ୍ଷେତ୍ରର ଭିତ୍ତିଭୂମି ଉଜୁଡ଼ି ଯାଇଛି। ପୁଃନରଉଦ୍ଧାର କାର୍ଯ୍ୟରେ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଲାଗିପଡ଼ିଛନ୍ତି। ଏଭଳି ସ୍ଥିତିରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଆସୁଥିବା ଲୋକଙ୍କୁ ଠିକଣା ସ୍ଥାନରେ ରଖିବା ସମ୍ଭବ ପର ହେବନାହିଁ। ତେଣୁ ମେ’ ୨୬ ତାରିଖ ଯାଏ ରେଳବାଇ ପକ୍ଷରୁ ପଶ୍ଚିମବଙ୍ଗକୁ କୌଣସି ଟ୍ରେନ ପଠା ନଯାଉ ବୋଲି ସେ କହିଛନ୍ତି।
ଆହୁରି ପଢ଼ନ୍ତୁ
୨୦ ତାରିଖ ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗର ସୁନ୍ଦରବନରେ ବାତ୍ୟା ଅମ୍ଫାନ ଲ୍ୟାଣ୍ଡଫଲ କରିଥିଲା। ଏଥିରେ ୮୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ ସେ ପଶ୍ଚିମବଙ୍ଗ ପାଇଁ ୧ ହଜାର କୋଟି ଟଙ୍କାର ଅଗ୍ରୀମ ସହାୟତା ପ୍ରଦାନ କରିଛନ୍ତି।