ଦେଶ

ପାଟ୍ରୋଲିଂ ବେଳେ ସୀମା ଭିତରକୁ ଆସି ବାଧା ସୃଷ୍ଟି କରୁଛି ଚୀନ୍

ନୂଆଦିଲ୍ଲୀ: ଲଦାଖରେ ଭାରତୀୟ ସେନା ଏବଂ ଚୀନ ସେନାଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଶାନ୍ତ ହେବାର ନାଁ ଧରୁନି। ଚୀନ୍ ସେନା ବିଭିନ୍ନ ଉପାୟରେ ଭାରତୀୟ ସେନାକୁ ଉସକାଇବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।

ଭାରତ ସୀମାରେ ପାଟ୍ରୋଲିଂ ପାଖରୁ ଆରମ୍ଭ କରି ସମସ୍ତ ଗତିବିଧି ଉପରେ ନଜର ରଖିଛି। ସୀମା ଭିତରେ ରହି ସମସ୍ତ କାମ ଭାରତୀୟ ସେନା ମାନେ କରୁଛନ୍ତି। ଭାରତୀୟ ସେନା ଟୁକଡିଆ ସୀମା ସହିତ ପରିଚିତ। ଯାବାନମାନେ ଏହି ସ୍ଥାନରେ ପାଟ୍ରୋଲିଂ କରୁଥିବାବେଳେ ଚୀନର ସେନା ବାଧା ଉପୁଜାଉଥିବା ବୈଦେଶିକ ମନ୍ତ୍ରଣାଳୟ କହିଛି।

ଆହୁରି ପଢ଼ନ୍ତୁ

ଏହି ପ୍ରସଙ୍ଗରେ ପ୍ରତିପକ୍ଷ ଦେଶ ସହିତ ଆଲୋଚନା ଚାଲିଛି। ସୀମାରେ ଶାନ୍ତି ବଜାୟୀ ରଖିବା ଭାରତର ଲକ୍ଷ୍ୟ ରହିଛି। ଦୁଇ ଦେଶ ମଧ୍ୟ ଏ ବାବଦରେ ଆଲୋଚନା କରୁଛନ୍ତି। ସମସ୍ତ ପ୍ରସଙ୍ଗରେ ଆପୋଷ ବୁଝାମଣା ହେବା ଦରକାର ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି।

ତେବେ ଭାରତ ଏହି ବାର୍ତ୍ତା ଜରିଆରେ ଚୀନକୁ ମଧ୍ୟ ଚେତାବନୀ ଦେଇଛି। ନିଜ ସୀମା ସହିତ କୌଣସି ପ୍ରକାର ସାଲିସ୍ କରାଯିବନି।

[ad_2]
Show More
Back to top button