ହିଜବୁଲର ଦୁଇ ଆତଙ୍କୀ ନିପାତ, ମୃତକଙ୍କ ମଧ୍ୟରେ ହୁରିଆତ୍ ମୁଖିଆଙ୍କ ପୁୁଅ


ଶ୍ରୀନଗର: ପାକ୍ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଦୁଇ ଆତଙ୍କବାଦୀକୁ ନିପାତ କରିଛନ୍ତି ସିଆରପିଏଫ ଯବାନ। ଶ୍ରୀନଗରରେ ଚୁଲିଥିବାବେଳେ ସିଆରପିଏଫ ଏନକାଉଣ୍ଟର କରି ମାରିଛି। ଏନକାଉଣ୍ଟର ବେଳେ ଜମ୍ମୁ କଶ୍ମୀର ପୁଲିସ ମଧ୍ୟ ସହଯୋଗ କରିଥିଲା। ମୃତ ଦୁଇ ହିଜବୁଲ ଆତଙ୍କବାଦୀଙ୍କ ପାଖରୁ ବନ୍ଧୁକ, ଧାରୁଆ ଅସ୍ତ୍ର ସହିତ ଅନେକ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୁଲିସ। ମୃତ ଦୁଇ ଆତଙ୍କବାଦୀ ହେଲେ ଜୁନିଆଦ ଅସରଫ ଖାନ୍ ଏବଂ ତାରିକ ଅହମଦ ଶେଖ୍। ଏମାନଙ୍କ ଘର ପୁଲଓ୍ୱାମା। ଜୁନିଆଦ ହୁରିଆତ ରାଜନୀତିକ ସଂଗଠନ ଅସରଫ ଖାନର ସାନ ପୁଅ ବୋଲି ଜମ୍ମୁ କଶ୍ମୀର ଡିଜିପି ଦିଲବଗ ସିଂହ କହିଛନ୍ତି।
ଗତକାଲି ରାତିରେ ଏହି ଆତଙ୍କବାଦୀ ଶ୍ରୀନଗରରେ ଲୁଚିଥିବା ନେଇ ଜଣାପଡ଼ିଥିଲା। ଏହାପରେ କନିମଜର ଅଞ୍ଚଳକୁ ଘେରି ଯାଇ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଥିଲେ ଉଭୟ ସିଆରପିଏଫ ଏବଂ ପୁଲିସ କର୍ମୀ। ଉଭୟଙ୍କ ମଧ୍ୟରେ ଏନକାଉଣ୍ଟର ବେଳେ ତିନି ସୁରକ୍ଷାକର୍ମୀ ଏବଂ ଦୁଇ ଜମ୍ମୁ ପୁଲିସ ଆହତ ହୋଇଛନ୍ତି।
ଆହୁରି ପଢ଼ନ୍ତୁ
In last night operation’s 2 terrorists were killed. They have been identified as Junaid Ashraf Khan from Srinagar and Tariq Ahmed Sheikh from Pulwama. Junaid is the youngest son of Hurriyat’s Chairman Mohammed Ashraf Khan: Jammu and Kashmir DGP Dilbag Singh #NawakadalEncounter pic.twitter.com/w262tUJNvM
— ANI (@ANI) May 19, 2020
ଦୀର୍ଘ ଦୁଇ ବର୍ଷ ପରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମିୟ ହୋଇଛି ବୋଲି କଶ୍ମୀର ଉପତ୍ୟାକାର ଆଇଜି ବିଜୟ କୁମାର କହିଛନ୍ତି। ତେଣୁ ମୋବାଇଲ ଏବଂ ଇଣ୍ଟରନେଟ୍ ସେବା ବ୍ୟାହାତ ରଖାଯାଇଛି।
[ad_2]