ରାଜ୍ୟ
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଶ୍ୱଶୁର-ବୋହୂ ମୃତ | Satyasikha


ବାଲେଶ୍ୱର (ସତ୍ୟଶିଖା): ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ନଦୀଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ୱଶୁର-ବୋହୂଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଶ୍ୱଶୁର ରମାନାଥ ଦାସ ଓ ବୋହୂ ପୁଷ୍ପଲତା ଦାସ।
ଆହୁରି ପଢ଼ନ୍ତୁ
ବାତ୍ୟା ‘ଅମ୍ଫାନ’ ଭୟରେ ଆଜି ସକାଳେ ରମାନାଥ ତାଙ୍କ ଘର ନିକଟରେ ଥିବା ବିଦ୍ୟୁତ୍ ଷ୍ଟେ ୱେରକୁ ଆଉ ଏକ ତାରରେ ବାନ୍ଧୁଥିଲେ। ଏହି ସମୟରେ ରମାନାଥଙ୍କୁ କରେଣ୍ଟ ମାରିଥିଲା। ଏହାଦେଖି ପୁଷ୍ପଲତା ଦୌଡ଼ି ଯାଇ ତାଙ୍କୁ ବଞ୍ଚାଇବା ପାଇଁ ଧରି ପକାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା।