ଦେଶ

ଆଉ ୧୪ ଦିନ ପାଇଁ କେନ୍ଦ୍ର ବଢ଼ାଇବ ଲକଡାଉନ୍!

ନୂଆଦିଲ୍ଲୀ: ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆଉ ୧୪ ଦିନ ପାଇଁ ବଢ଼ାଇବ କେନ୍ଦ୍ର। ଆସନ୍ତାକାଲି (ସୋମବାର) ପାଖରୁ ଏହି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଛି। ମହାରାଷ୍ଟ୍ର, ତାମିଲନାଡୁ, ମେ’ ୩୧ ଯାଏ ଲକଡାଉନ୍ ବଢ଼ାଇଥିବା ବେଳେ ପଞ୍ଜାବ ମଧ୍ୟ ଏହି ଭଳି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। କେନ୍ଦ୍ର ମେ’ ୩୧ ଯାଏ ଲକଡାଉନ୍ ବଢ଼ାଇବାକୁ ନିଷ୍ପତ୍ତି ନେଇଥିବାରୁ ଏହି ରାଜ୍ୟ ଗୁଡ଼ିକ ୩୧ ଯାଏ ଲକଡାଉନ୍ ବଢ଼ାଇବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ସେହିପରି ତେଲେଙ୍ଗାନା ସରକାର ମେ’ ୨୯ ଯାଏ ଲକଡାଉନ୍ ବଢ଼ାଇଛି ଦୁଇ ସପ୍ତାହ ପୂର୍ବରୁ।

ଆହୁରି ପଢ଼ନ୍ତୁ

କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଲକଡାଉନ୍ ଜାରି କରିଛନ୍ତି। ଆଜି ତୃତୀୟ ପର୍ଯ୍ୟାୟ ଅବଧି ଶେଷ ହେଉଛି। ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ନୂଆ ରୂପରେ ଆସିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିସାରିଛନ୍ତି। ତେବେ ଆଜି ଏ ନେଇ ସରକାର ବିଧିବଦ୍ଧ ଘୋଷଣା କରିବେ। ଏଥିସହ ଚତୁର୍ଥ ପର୍ଯ୍ୟାୟର ଗାଇଡଲାଇନ୍ ଜାରି କରିବେ ସରକାର।

ସୂଚନାଯୋଗ୍ୟ, ମେ’ ୨୪ ରାତିରୁ ଦେଶ ଲକଡାଉନ୍ ରହିଛି। ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ଏପ୍ରିଲ ୧୪ରେ ଶେଷ ହୋଇଥିଲା। ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସବୁ ବାତିଲ୍ ରହିଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟଲେ ଚାଷୀ ମାନଙ୍କ କ୍ଷେତ୍ରରେ କୋହଳ କରାଯାଇଥିଲା। ଏମିତିକି ଗାଁ ଗୁଡ଼ିକରେ ଛୋଟ ଶିଳ୍ପ ଖୋଲିବାକୁ ସରକାର ଅନୁମତି ଦେଇଥିଲେ। ଏହାପରେ ତୃତୀୟ ପର୍ଯ୍ୟାୟରେ ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ଘୋଷଣା କରିଛନ୍ତି ସରକାର। ରେଡ୍ ଜୋନରେ ସବୁ ବନ୍ଦ ରହିଛି। ଆଉ ଦୁଇଟି ଜୋନରେ କିଛି ନିର୍ଦ୍ଦଷ୍ଟ ସର୍ତ୍ତ ସହିତ ସରକାର ଦୋକାନ, ବଜାର ଖୋଲିଛନ୍ତି।

[ad_2]
Show More
Back to top button