ବିଦେଶ

ଭାରତ ଆସିବା ଭୟରେ ମାନସିକ ରୋଗୀ ପାଲଟିଲେ ନିରବ ମୋଦି!

ଲଣ୍ଡନ: ହଜାରେ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି କରି ଦେଶ ଛାଡ଼ି ପଳାଇଥିବା ନୀରବ ମୋଦି ଏବେ ମାନସିକ ଭାବରେ ଅସୁସ୍ଥ। ଏହି ରୋଗ ପାଇଁ ଭାରତରେ ଚିକିତ୍ସା ନାହିଁ। ଲଣ୍ଡନରୁ ନୀରବ ମୋଦିକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଭାରତ ସରକାର ସମସ୍ତ ପ୍ରକ୍ରିୟା ଆରମ୍ଭ କରିବାବେଳେ ସ୍ଥାନୀୟ କୋର୍ଟରେ ନିରବଙ୍କ ଓକିଲ ଏଭଳି ଯୁକ୍ତି ରଖିଛନ୍ତି।

ଲଣ୍ଡନର ଟ୍ରାଏଲ କୋର୍ଟରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ମାମଲାର ଶୁଣାଣି ଚାଲିଛି। ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ଶୁଣାଣି ବେଳେ ମଙ୍ଗଳବାର ଦିନ ମୋଦିଙ୍କ ଓକିଲ କହିଛନ୍ତି ଅସୁସ୍ଥତା ପାଇଁ ଭାରତ ସରକାରଙ୍କୁ ପ୍ରତ୍ୟାର୍ପଣ କରାନଯାଉ। ଭାରତ ସରକାର ଜେଲର ସ୍ଥିତି ବାବଦରେ ଯେଉଁ ସୂଚନା ଦେଇଛନ୍ତି ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ନିରବଙ୍କ ଓକିଲ କହିଛନ୍ତି। ମୁମ୍ୱାଇର ଆର୍ଥର ରୋଡ୍ ଜେଲକୁ ଗଲେ ସେଠାରେ ନିରବଙ୍କ ଚିକିତ୍ସା ହେବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ସେହିପରି ଭାରତ ସରକାରଙ୍କ ଓକିଲ କହିଛନ୍ତି, ନୀରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଟଙ୍କା ଆଣିଛନ୍ତି। ଯେଉଁଭଳି ଭାବରେ ସେ ଟଙ୍କା ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ ଭୁଲ୍। ଏହାଦ୍ୱାରା ପିଏନବି ବ୍ୟାଙ୍କରେ ବଡ଼ କ୍ଷତି ହୋଇଛି। ଏହି ମାମଲାର ତଦନ୍ତ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରୁଛି।

ସୂଚନାଯାଗ୍ୟ, ନୀରବ ମୋଦିଙ୍କୁ ଗତବର୍ଷ ମାର୍ଚ୍ଚରେ ଲଣ୍ଡନରୁ ଗିରଫ କରାଯାଇଛି। ଏହାରି ଭିତରେ ପାଞ୍ଚ ଥର ତାଙ୍କର ଜାମିନ୍ ଖାରଜ ହୋଇ ସାରିଛି।

[ad_2]
Show More
Back to top button