ଦେଶ

ନିଶା ଇଞ୍ଜେକସନ ଦେଇ ଡାକ୍ତର କଲେ ଦୁଷ୍କର୍ମ

ଇନ୍ଦୋର: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ। କରୋନା ମହମାରୀ ବେଳେ ସେଥିପାଇଁ ଡାକ୍ତରଙ୍କ ସ୍ଥାନ ସବୁଠୁ ଉଚ୍ଚରେ ରହିଛି। କରୋନା ଭାଇରସକୁ ନିଜ ହାତରେ ସାମ୍ନା କରୁଛନ୍ତି ଡାକ୍ତରମାନେ। ତେଣୁ ଡାକ୍ତରଙ୍କୁ ମଧ୍ୟ ପ୍ରଶଂସା କରାଯାଉଛି। ହେଲେ ମଧ୍ୟପ୍ରଦେଶ ଇନ୍ଦୋରରୁ ଆସିଛି ଜଣେ ଡାକ୍ତରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ। ଇନ୍ଦୋରରେ କ୍ଲିନିକ୍ ଚଳାଉଥିବା ଜଣେ ଡାକ୍ତର ନାଗେନ୍ଦ୍ରଙ୍କ ନାମରେ ଆସିଛି ଦୁଷ୍କର୍ମ ଅଭିଯୋଗ। ଡାକ୍ତର ଜଣଙ୍କ ଯୁବତୀଙ୍କୁ ନିଶା ଇଞ୍ଜେକସନ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏବେ ଡାକ୍ତର ଜଣଙ୍କ ଗିରଫ ହୋଇଛନ୍ତି।

ପୁଲିସ ଏବେ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛି। ଦୁଇ ଦିନ ପୂର୍ବରୁ ଯୁବତୀଙ୍କ ଦେହ ଖରାପ ଥିଲା। ଚିକିତ୍ସା ପାଇଁ ଡାକ୍ତର ନାଗେନ୍ଦ୍ରଙ୍କ କ୍ଲିନିକକୁ ଆସିଥିଲେ। ଆଉ ଯୁବତୀଙ୍କ ଶରୀରର ଟେଷ୍ଟ କରିବା ଆଳରେ ନାଗେନ୍ଦ୍ର ଇଞ୍ଜେକସନ ଦେଇଥିଲେ।

ଆହୁରି ପଢ଼ନ୍ତୁ

ଡାକ୍ତର ଜଣଙ୍କ ଯୁବତୀଙ୍କୁ ନିଶା ଇଞ୍ଜେକସନ ଦେବା ପରେ ସେ ଅଚେତ ହୋଇପଡ଼ିଥିଲେ। ଚେତା ଫେରିବା ପରେ ଯୁବତୀ ଜଣଙ୍କ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଜାଣିବାକୁ ପାଇଥିଲେ। ମଙ୍ଗଳବାର ଏ ବାବଦରେ ଯୁବତୀ ଜଣଙ୍କ ସମ୍ପର୍କୀୟଙ୍କୁ କହିଥିଲେ। ଏହାପରେ ଯୁବତୀ ଥାନାରେ ଏତଲା ଦେବାପରେ ପୁଲିସ ଡାକ୍ତର ନାଗେନ୍ଦ୍ରଙ୍କୁ ଗିରଫ କରିଛି।

ଅନ୍ୟପଟେ ଦେଶ ଲକଡାଉନ୍ ରହିଛି। ଇନ୍ଦୋର କରୋନାର ହଟସ୍ପଟ ରହିଥିବାରୁ ଏଠାରେ ସବୁକିଛି ବନ୍ଦ ରହିଛି। ଘରୋଇ କ୍ଲିନିକ୍ ଖୋଲିବା ପାଇଁ ମଧ୍ୟ ଅନୁମତି ନାହିଁ। ଏଭଳି ସ୍ଥିତିରେ ଡାକ୍ତର ନାଗେନ୍ଦ୍ର କେଉଁ ଆଧାରରେ କ୍ଲିନିକ୍ ଖୋଲି ଚିକିତ୍ସା କରୁଥିଲେ ତାହା ଏବେ ପ୍ରଶ୍ନବାଚୀ। ସୂଚନାଯୋଗ୍ୟ, ନିକଟରେ ଇନ୍ଦୋରରେ ଦୁଇ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ  ହୋଇ ମୃତ୍ୟୁ ବରଣ କରିଛନ୍ତି। ଏବେ ଇନ୍ଦୋର ପୁଲିସ ଡାକ୍ତର ଜଣଙ୍କ କ୍ଲିନିକ୍ ଖୋଲିବାକୁ ନେଇ ମଧ୍ୟ ତଦନ୍ତ କରୁଛି।

[ad_2]
Show More
Back to top button