ଓଡ଼ିଶା ଟଙ୍କା ଗଣୁଛି, ଛତିଶଗଡ଼ରେ ଗାଡ଼ି ଗଡ଼ୁଛି । EV ସବସିଡି ଜାଲିଆତି ନେଇ ଆସିଛି ସଙ୍ଗୀନ ଅଭିଯୋଗ ।


ସତ୍ୟଶିଖା ୨୨/୦୮/୨୦୨୫:ଛତିଶଗଡ଼ରେ ୨୦ ଲକ୍ଷରୁ ଅଧିକ ଟଙ୍କାର EV ଗାଡ଼ି କ୍ରିୟ କଲେ କୌଣସି ସବସିଡି କିମ୍ବା ଟିକସ ରିହାତି ମିଳୁନାହିଁ । ତେଣୁ ଓଡ଼ିଶା ଦେଉଥିବା EV ସବସିଡି ଏବଂ ରୋଡ୍ ଟ୍ୟାକ୍ସ ରିହାତି ପାଇବା ପାଇଁ ଏଠାରେ ଥିବା RTO ଗୁଡ଼ିକରେ ଛତିଶଗଡ଼ ଲୋକ ଗାଡ଼ି ପଞ୍ଜୀକରଣ କରାଉଥିବା ଅଭିଯୋଗ ହୋଇଛି ।
ଛତିଶଗଡ଼ର ଲୋକେ ଓଡ଼ିଶାରେ ଗାଡ଼ି ପଞ୍ଜୀକରଣ କରି ମିଳୁଥିବା ସବସିଡିର ଲାଭ ନେଉଛନ୍ତି । ଏନେଇ ଅଭିଯୋଗ କରିଛନ୍ତି ବରଗଡ଼ ଜିଲ୍ଲା ଭଟଲି ଅଞ୍ଚଳର ଜଣେ ସଚେତନ ନାଗରିକ । ଅଭିଯୋଗ ଅନୁସାରେ, ଜାଲ ଠିକଣା ପ୍ରମାଣ ପତ୍ର, ନକଲି ବିଲ୍ ଓ ଗାଡ଼ି କାଗଜ ପତ୍ର ଦେଖାଇ ଓଡ଼ିଶାର ବିଭିନ୍ନ RTOରେ ଛତିଶଗଡ଼ର ଲୋକ ଗାଡ଼ି ପଞ୍ଜୀକରଣ କରୁଛନ୍ତି ।ଆଉ ଏଥିରେ ଓଡ଼ିଶାର କିଛି RTO ଏବଂ EV ଡିଲର ସାମିଲ୍ ଥିବା ଅଭିଯୋଗ ହୋଇଛି । ଏନେଇ ବରଗଡ଼ ଜିଲ୍ଲା ଭଟଲି ଛକ ଅଞ୍ଚଳର ଜଣେ ନାଗରିକ ଓଡ଼ିଶା ପରିବହନ କମିଶନରଙ୍କୁ ଚିଠି ଯୋଗେ ଅଭିଯୋଗ କରିଛନ୍ତି । ଆଉ ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛି ଓଡ଼ିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ।