କରୋନା ଲଢ଼େଇ ଭିତରେ ବିଜେପିକୁ ଝଟକା: ଗୁଜରାଟ ମନ୍ତ୍ରୀଙ୍କ ନିର୍ବାଚନ ରଦ୍ଦ


ଅହମଦାବାଦ: ଗୁଜରାଟରେ କ୍ଷମତାସୀନ ବିଜେପିକୁ ଜବରଦସ୍ତ ଝଟକା ଲାଗିଛି। ଗୁଜରାଟରେ ମନ୍ତ୍ରୀ ଥିବା ଭୁପେନ୍ଦ୍ରସିଂହ ଚୁଡ଼ାସମାଙ୍କ ନିର୍ବାଚନକୁ ଆଜି ଗୁଜରାଟ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ନିର୍ବାଚନ ଜିତିବା ପାଇଁ ଭୁପେନ୍ଦ୍ର ବେଆଇନ ପଥ ଗ୍ରହଣ କରିଥିବା ଜଣାପଡ଼ିବା ପରେ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
ବିଜେପି ଟିକେଟରେ ଭୁପେନ୍ଦ୍ର ଡୋକଲା ନିର୍ବାଚନ ମଣ୍ଡଳୀରୁ ମାତ୍ର ୩୨୭ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ତେବେ ଏହାକୁ କଂଗ୍ରେସ ପ୍ରାର୍ଥୀ ଅଶ୍ୱିନ ରାଥୋଡ ଚ୍ୟାଲେଞ୍ଜ କରିଥିଲେ। ଶେଷରେ ହାଇକୋର୍ଟ ବିଚାରପତି ଜଷ୍ଟିସ ପରେସ ଉପାଧ୍ୟାୟ ମାମଲା ବିଚାର କରି ବିଜେପି ପ୍ରାର୍ଥୀଙ୍କ ନିର୍ବାଚନ ରଦ୍ଦ କରିଛନ୍ତି।
ଆହୁରି ପଢ଼ନ୍ତୁ
ରାଥୋଡ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ନିର୍ବାଚନ କମିଶନ ଜାରି କରିଥିବା ଗାଇଡଲାଇନ ଠାରୁ ଆରମ୍ଭ କରି ଭୋଟ ଗଣତି ବେଳେ ବିଜେପି ପ୍ରାର୍ଥୀ ଭୁପେନ୍ଦ୍ର ନାନା ପ୍ରକାରର ଅନିୟମିତତା ଅବଲମ୍ବନ କରିଛନ୍ତି। ଭୋଟ ଗଣତି ବେଳେ ହେରଫେର କରିବାକୁ ସେ ୩୨୭ ଖଣ୍ଡ ଭୋଟରେ ବିଜୟୀ ହୋଥିଲେ।
ତେଣୁ ଏହାକୁ ରଦ୍ଦ କରାଯାଉ। ନିର୍ବାଚନ ଜିତିବା ପରେ ବିଜୟ ରୂପାନୀ ସରକାରରେ ଭୁପେନ୍ଦ୍ରଙ୍କୁ ଶିକ୍ଷା, ଆଇନ, ନ୍ୟାୟ, ସଂସଦୀୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମିଳିଛି।