ନ୍ୟୁଜ୍
ଜମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି।


ସତ୍ୟଶିଖା ୨୧/୦୮/୨୦୨୫: ମଧ୍ୟାହ୍ନ ପ୍ରାୟ ଗୋଟାଏ ୩୯ ମିନିଟରେ ଅନୂଭୂତ ହୋଇଥିବା ଏହି କମ୍ପନ ଭୂ-ଗର୍ଭର ୫ କିଲୋମିଟର ତଳେ ସୃଷ୍ଟି ହୋଇଥିଲା। ଏହି ଭୂମିକମ୍ପର ଉତ୍ପତି ସ୍ଥଳ ୩୪.୬୮ଡିଗ୍ରି ଉତ୍ତର ଅକ୍ଷାଂଶ ଓ ୭୪.୩୯ ପୂର୍ବ ଦ୍ରାଘିମାରେ ଥିବା ଏନସିଏସ୍ ସୂଚିତ କରିଛନ୍ତି।
ଆଜିର ଏହି କମ୍ପନ ହିମାଚଳ ପ୍ରଦେଶ ଚାମ୍ବାରେ ବୁଧବାର ହୋଇଥିବା ଦୋହରା ଭୂମିକମ୍ପ ପରେ ଆସିଛି। ଏଥିରୁ ପ୍ରଥମ ଭୂମିକମ୍ପ ଭୋର ୩ଟା ୨୭ ମିନିଟରେ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା ୩.୩ ରେକର୍ଡ କରାଯାଇଥିବା ବେଳେ ଏହା ଭୂ-ଗର୍ଭର ୨୦ କିଲୋମିଟର ତଳେ ସୃଷ୍ଟି ହୋଇଥିଲା। ଏହି କମ୍ପନର ପାଖାପାଖି ୧ ଘଣ୍ଟା ପରେ ଅର୍ଥାତ ଭୋର ୪ଟା ୩୯ ମିନିଟରେ ଭୂ-ଗର୍ଭର ୧୦ କିଲୋମିଟର ଗଭୀରତାରେ ଆଉ ଏକ କମ୍ପନ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି।