ନ୍ୟୁଜ୍

ବୋର୍ଡ଼ ଉପସଭାପତି ନିହାର ରଞ୍ଜନ ମହାନ୍ତି ସସ୍‌ପେଣ୍ଡ ।

ସତ୍ୟଶିଖା ୦୬/୦୮/୨୦୨୫: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ପଦରୁ ନିହାରଙ୍କୁ ସସ୍‌ପେଣ୍ଡ କରିଛନ୍ତି ବୋର୍ଡ଼ ସଭାପତି ଶ୍ରୀକାନ୍ତ ତରାଇ । OTET ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଗତ ରବିବାର ନିହାର ମହାନ୍ତିଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ନିହାରଙ୍କ ଆର୍ଥିକ କାରବାର ଖୋଳତାଡ଼ ଆରମ୍ଭ ହୋଇଥିବା ବେଳେ ତାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ । ନିହାରଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ସତ ସାମନାକୁ ଆସୁଛି। କ୍ରାଇମବ୍ରାଞ୍ଚ୍ ବି ଆର୍ଥିକ କାରବାର ସମ୍ବନ୍ଧୀୟ କିଛି ଦସ୍ତାବିଜ୍ ପାଇଛି।ସେହି ଅନୁସାରେ ତଥ୍ୟ ହାସଲ କରି ତଦନ୍ତ ଜାରି ରଖିଛି ତଦନ୍ତକାରୀ ସଂସ୍ଥା । କେବେ ଉପସଭାପତି ନିହାର ରଞ୍ଜନ ମହାନ୍ତି ଓ ଅନ୍ୟ ଅଭିଯୁକଙ୍କୁ ରିମାଣ୍ଡରେ ଅଣାଯିବ ସେନେଇ କ୍ରାଇମ୍ ବ୍ରାଞ୍ଚ କିଛି ସ୍ପଷ୍ଟ କରିନଥିଲେ ବି ଖୁବଶୀଘ୍ର ସେମାନଙ୍କୁ ରିମାଣ୍ଡରେ ଅଣାଯାଇପାରେ ବୋଲି ସୂଚନା ମିଳିଛି।

Show More
Back to top button