ଦେଶ

ଭାରତର ଆରୋଗ୍ୟ ହାର ୩୧.୭%, ମୃତ୍ୟୁହାର ୩.୨%

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ପାର କରିଯାଇଛି। ଗତ ୨୪ ଘଣ୍ଟାରେ ୩ ହଜାରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ୮୭ ଜଣଙ୍କ ମୁଣ୍ଡ ନେଇଛି କରୋନା।

ତେବେ ଦେଶରେ ଆରୋଗ୍ୟ ହାର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଦେଶରେ ଆରୋଗ୍ୟ ହାର ୩୧.୭% ଥିବା ବେଳେ ପ୍ରତିଦିନ ଏହା ବଢ଼ୁଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତରେ କରୋନା ବିରୋଧୀ ଲଢ଼େଇ ଠିକ ମାର୍ଗରେ ଚାଲିଛି। ବିଶ୍ୱ ତୁଳନାରେ ଭାରତରେ ମୃତ୍ୟୁହାର ସବୁଠାରୁ କମ।

ଆହୁରି ପଢ଼ନ୍ତୁ

ଭାରତରେ ମୃତ୍ୟୁହାର ୭ରୁ ୭.୫% ଥିବା ବେଳେ ଭାରତରେ ଏହା ୩.୨% ରହିଛି। କିଛି ରାଜ୍ୟରେ ଏହା ଆହୁରି କମ। ବର୍ତ୍ତମାନ ଦେଶରେ ଦୈନିକ ଏକ ଲକ୍ଷ କରୋନା ଟେଷ୍ଟ କରାଯାଉଛି। ଗତକାଲି ୮୬ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଥିଲା। ଖୁବଶୀଘ୍ର ଏହାକୁ ଆହୁରି ବୃଦ୍ଧି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦,୭୫୬ ଥିବା ବେଳେ ଏମାନଙ୍କ ମଧ୍ୟରୁ ୨୨,୫୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୪ ଘଣ୍ଟାରେ ୮୭ ଜଣ ପ୍ରାଣ ହରାଇଥିବାରୁ ମୃତ୍ୟୁସଂଖ୍ୟା ୨୨୯୩ରେ ପହଞ୍ଚିଛି। ଏବେ ବିଭିନ୍ନ ହସ୍ପିଟାଲରେ ୪୬,୦୦୮ ଜଣ ଚିକିତ୍ସିତ ହେଉଛନ୍ତି।

ମହାରାଷ୍ଟ୍ରରରେ ସର୍ବାଧିକ ୨୩,୪୦୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗୁଜରାଟରେ ୮,୫୪୧, ତାମିଲନାଡୁରେ ୮,୦୦୨, ଦିଲ୍ଲୀରେ ୭,୨୩୩, ରାଜସ୍ଥାନରେ ୩,୯୮୮, ମଧ୍ୟପ୍ରଦେଶରେ ୩,୭୮୫ ଓ ଉତ୍ତର ପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୭୩ ରହିଛି।

[ad_2]
Show More
Back to top button