ନ୍ୟୁଜ୍

ଭିଜା ସଂକଟରେ ଘାଣ୍ଟି ହେଉଛନ୍ତି ଛାତ୍ରଛାତ୍ରୀ ।

ସତ୍ୟଶିଖା ୧୯/୦୭/୨୦୨୫:ଆମେରିକାରେ ଫଲ୍‌ ସେମିଷ୍ଟାର ଆରମ୍ଭ ହେବାକୁ ଆଉ ରହିଲା ମାତ୍ର ଦୁଇ ସପ୍ତାହରୁ କମ୍‌ ସମୟ । ଏଭଳି ସ୍ଥିତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭିଜା କଟକଣା ଭାରତୀୟ ଛାତ୍ରଛାତ୍ରୀଙ୍କ ଆମେରିକା ସ୍ୱପ୍ନଙ୍କୁ ଭାଙ୍ଗି ମାଟିରେ ମିଶାଇଛି । ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ଭିଜା ଇଣ୍ଟର୍‌ଭ୍ୟୁ ସ୍ଲଟ୍‌ ଖୋଲୁନି । ଏହାସହିତ ଭିଜା ରିଜେକ୍ସନ ହାରରେ ବି ଦେଖାଦେଇଛି ବଡ଼ ବୃଦ୍ଧି । ଏଭଳି  ସ୍ଥିତିରେ ଚଳିତବର୍ଷ ବର୍ଷ ଆମେରିକୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୭୦% ଖସିପାରେ ବୋଲି ଏକ ରିପୋର୍ଟରେ ଅନୁମାନ କରାଯାଇଛି । ସାଧାରଣତଃ ବର୍ତ୍ତମାନ ସୁଦ୍ଧା ଅଧିକାଂଶ  ଛାତ୍ରଛାତ୍ରୀ ସେମାନଙ୍କ ଭିଜା ଇଣ୍ଟର୍‌ଭ୍ୟୁ ଦେଇସାରିଥାନ୍ତି ଏବଂ ଆମେରିକା ଉଡ଼ିବା ପାଇଁ  ପ୍ରସ୍ତୁତ ହେଉଥାନ୍ତି । ଚଳିତବର୍ଷ ପରିସ୍ଥିତି ଭିନ୍ନ ।

ହାଇଦ୍ରାବାଦ ଓଭର୍‌ସିଜ୍‌ କନ୍‌ସଲ୍‌ଟାଣ୍ଟରୁ ସଞ୍ଜୀବ ରାଏ କୁହନ୍ତି, ସ୍ଲଟ୍‌କୁ ଆମେ ଅନାଇ  ରହିଛୁ । ପ୍ରତିଦିନ ପୋର୍ଟାଲ୍‌କୁ ରିଫ୍ରେସ୍‌ କରି  ନିରାଶ ହେବାକୁ ପଡୁଛି । ସ୍ଲଟ୍‌ ଖୋଲୁନାହିଁ ।  ବିଗତ ବର୍ଷଗୁଡ଼ିକ ମଧ୍ୟରେ ଏହା ସବୁଠାରୁ  ଖରାପ ବର୍ଷ । ଛାତ୍ରଛାତ୍ରୀମାନେ ଦୋଛକିରେ । ଯଦିଓ ଆମେରିକା କର୍ତ୍ତୃପକ୍ଷ ପୂର୍ବରୁ  ଆଶ୍ୱସ୍ତ କରିଥିଲେ ଯେ, ପର୍ଯ୍ୟାୟ କ୍ରମେ ଅଧିକ  ଭିଜା ସ୍ଲଟ୍‌ ଜାରି ହେବ କିନ୍ତୁ ଏଥିରେ କିଛି  ସ୍ପଷ୍ଟତା ରହୁନାହିଁ । ଏହା ଛାତ୍ରଛାତ୍ରୀଙ୍କୁ ହରଡ଼  ଘଣାରେ ପକାଇଛି । ସେମାନେ ଏକ ପ୍ରକାର ଦିଗହରା ହୋଇଗଲେଣି । ୱିଣ୍ଡୋ ଓଭର୍‌ସିଜ୍‌ ଏଜୁକେଶନ୍‌  କନ୍‌ସଲ୍‌ଟାନ୍ସିରୁ ଅଙ୍କିତ ଜୈନ କୁହନ୍ତି,  ଯଦିଓ ସପ୍ତାହ ମଧ୍ୟଭାଗରେ କିଛିଟା ସ୍ଲଟ୍‌  ଖୋଲିଥିଲା, ଯେଉଁମାନେ ବୁକ୍‌ କରିବାକୁ ସକ୍ଷମ ହୋଇପାରିଥିଲେ ସେମାନଙ୍କୁ ଏଯାଏ  କୌଣସି କନ୍‌ଫର୍ମେଶନ୍‌ ମିଳିନାହିଁ । ବୁକିଂ  କନ୍‌ଫର୍ମ ନ କରି ହାତଗଣତି ସ୍ଲଟ୍‌ ଖୋଲିବାର  କୌଣସି ଯଥାର୍ଥତା ନାହିଁ । ଏହାସହିତ ଅନେକ  ଆବେଦନ ପ୍ରତ୍ୟାହାର ହୋଇଚାଲିଛି । ବର୍ତ୍ତମାନ ସ୍ଥିତିରେ ଛାତ୍ରଛାତ୍ରୀମାନେ ଅନ୍ୟାନ୍ୟ ବିକଳ୍ପ ଦେଖୁଛନ୍ତି ।

ହାଇଦ୍ରାବାଦର ଜଣେ ୨୩ ବର୍ଷୀୟ ଛାତ୍ରୀ କୁହନ୍ତି, ଆଉ ଅପେକ୍ଷା କରିବାକୁ ଧୈର୍ଯ୍ୟ ନାହିଁ । ଅପେକ୍ଷା କଲେ ଗୋଟିଏ ବର୍ଷ ନଷ୍ଟ  ହୋଇଯିବ । ଏଣୁ ଆବେଦନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଲି । ବର୍ତ୍ତମାନ ଏହି ଛାତ୍ରୀଜଣକ ଅଟୋମୋଟିଭ୍‌ ଇଞ୍ଜିନିୟରିଂରେ ସ୍ନାତକ  କରିବା ନିମନ୍ତେ ଜର୍ମାନୀରେ ସୁଯୋଗ ଦେଖୁଥିବା ପ୍ରକାଶ କରିଛନ୍ତି । ଯଦି ଶୀଘ୍ର ଭିଜା ଇଣ୍ଟର୍‌ଭ୍ୟୁ ସ୍ଲଟ୍‌ ନ ଖୋଲେ ତେବେ  ଆମେରିକାରେ ପଢ଼ିବା ପାଇଁ ହଜାର ହଜାର ଛାତ୍ରଛାତ୍ରୀଙ୍କ ସ୍ୱପ୍ନ  ଚୁରମାର ହୋଇଯିବ । ୧୨୦ ଫିଭର କନ୍‌ସଲ୍‌ଟାନ୍ସିର ଅରବିନ୍ଦ  ମାଣ୍ଡୁଭା କୁହନ୍ତି, ଏ ବର୍ଷ ଆମେରିକା ବିଶ୍ୱବିଦ୍ୟାଳୟରେ ଭାରତୀୟ  ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮୦% ଖସିଯାଇପାରେ । ପ୍ରତିଦିନ ବ୍ୟସ୍ତବିବ୍ରତ  ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଫୋନ୍‌ କଲ୍‌ ଆସୁଥିବା ମାଣ୍ଡୁଭା  କହିଛନ୍ତି ।  ମାର୍ଚ୍ଚ ପ୍ରଥମାର୍ଦ୍ଧରେ ଭିଜା ଆବେଦନ କରିଥିବା ଛାତ୍ରଛାତ୍ରୀମାନଙ୍କ ଆପ୍ଲିକେଶନ୍‌ ବଡ଼ ଆକାରରେ ଖାରଜ ହେଉଛି । ସେମାନଙ୍କ ସୋସିଆଲ ମିଡିଆ ସ୍ୱଚ୍ଛ ରହିଥିବା ସତ୍ତେ୍ୱ ସେମାନଙ୍କୁ ରିଜେକ୍ସନର  ସାମ୍ନା କରିବାକୁ ପଡୁଛି ।

ଏହାର କାରଣ ହେଉଛି ସମସ୍ତେ ୨୧୪ବି  ଭିଜା ଚାହୁଁଛନ୍ତି । ଆମେରିକାକୁ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ ପଠାଉଥିବା ପ୍ରମୁଖ  ରାଷ୍ଟ୍ର ହେଉଛି ଭାରତ । ଗତବର୍ଷ ଭାରତରୁ ୩.୩ ଲକ୍ଷ ଛାତ୍ରଛାତ୍ରୀ  ଆମେରିକା ଯାଇଥିଲେ । ଏ କ୍ଷେତ୍ରରେ ପ୍ରଥମ ଥର ପାଇଁ ଚୀନ୍‌କୁ  ପଛରେ ପକାଇଥିଲା ଭାରତ ।  ଟେକ୍ସାସସ୍ଥିତ ଡଲାସ୍‌ର ଏକ ଇମମିଗ୍ରେସନ୍‌ କନ୍‌ସଲ୍‌ଟିଂ ସଂସ୍ଥାର ରବି ଲୋଥୁମାଲା କୁହନ୍ତି, ଆମେରିକା ଯିବା ପାଇଁ ମାସ  ମାସ ଧରି ପ୍ରସ୍ତୁତ ହେଉଥିବା ଅଧିକାଂଶ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଚୁରମାର ହୋଇଯାଇଛି । ଆମେରିକା କର୍ତ୍ତୃପକ୍ଷ ଯାହା କରୁଛନ୍ତି ତାହା କିଛି  ନୂଆ ନୁହେଁ

Show More
Back to top button