ଶୁଭାଂଶୁ ଶୁକ୍ଳା ଆଜି ପୃଥୀବି ପୃଷ୍ଠକୁ ଫେରିବେ ।


ସତ୍ୟଶିଖା ୧୫/୦୭/୨୦୨୫: ଶୁଭାଂଶୁ ଇଣ୍ଟର ନ୍ୟାସନାଲ ସ୍ପେସ୍ ଷ୍ଟେସନକୁ ଯିବା ଏତେ ସହଜ ହୋଇ ନଥିଲା । ଆକ୍ସିଅମ -ଫୋର ମିସନ ବିଭିନ୍ନ ବୈଷୟିକ ତ୍ରୁଟି ଯୋଗୁ ବାରମ୍ୱାର ସ୍ଥଗିତ ରହିଥିଲା। ଜୁନ୍ ୧୦ ତାରିଖରେ ଆକ୍ସିଅମ ଫୋର୍ ମିସନ ପାଇଁ ପ୍ରଥମେ ଦିନ ଧାର୍ଯ୍ୟ ହୋଇଥିଲା । ପରେ ବିଭିନ୍ନ କାରଣରୁ ଏହି ମିସନ ବାରମ୍ୱାର ସ୍ଥଗିତ ରହିଥିଲା । ଶେଷରେ ଜୁନ୍ ୨୫ରେ ମହାକାଶକୁ ଯାତ୍ରା କରିଥିଲେ ଶୁଭାଂଶୁ । ଯଦି ସବୁକିଛି ଠିକ୍ ରୁହ, ତେବେ ଆଜି ପୃଥିବୀପୃଷ୍ଠରେ ପହଞ୍ଚିବେ ଶୁଭାଂଶୁ । ୨୨ ଘଣ୍ଟା ଯାତ୍ରା କରିବା ପରେ ଆଜି ଅପରାହ୍ନ ୩ଟାରେ କାର୍ଲିଫଣ୍ଣିଆ ଉପକୂଳରେ ଡ୍ରାଗନ ଅବତରଣ କରିବାର ଅଛି ।
ଆଇଏସଏସରେ ୧୮ ଦିନର ରହଣି ଭିତରେ ଜୀବବିଜ୍ଞାନ, କୁତ୍ରିମ ବୁଦ୍ଧିମତା, ପଦାର୍ଥ ବିଜ୍ଞାନ ଓ ମାନବ ସ୍ବାସ୍ଥ୍ୟ ଉପରେ ୬୦ରୁ ଅଧିକ ଉନ୍ନତ ବୈଜ୍ଞାନିକ ପରୀକ୍ଷଣ ଶେଷ କରିଛନ୍ତି । ଗତ ଜୁନ୍ ୨୫ ତାରିଖରେ ଆକ୍ସିଅମ- ଫୋର୍ ମିଶନରେ ଅନ୍ୟ ୩ଜଣ ମହାକାଶଚାରୀଙ୍କ ସହ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର -ଆଇଏସଏସକୁ ଯାଇଥିଲେ ଭାରତର ଶୁଭାଂଶୁ ଶୁକ୍ଲା। ପୃଥିବୀକୁ ଫେରିବା ପରେ ପରିବେଶ ସହ ଖାପ ଖୁଆଇବା ପାଇଁ ଏବେ ପ୍ରସ୍ତୁତି ଚାଲିଛି ।