ଧର୍ମନ୍ୟୁଜ୍

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ।

ସତ୍ୟଶିଖା ୧୪/୦୭/୨୦୨୫: ଦେବଦେବ ମହାଦେବଙ୍କ ମସ୍ତକରେ ଜଳଲାଗି କରିବେ କାଉଡ଼ିଆ ଭକ୍ତ । ହର ହର ମହାଦେବ, ବୋଲବମ, ଶିବ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର ।  ଚଳଚଳଞ୍ଚ ହୋଇଉଠିଛି ଶୈବପୀଠ।

ହର ହର ମହାଦେବ, ବୋଲବମ, ଶିବ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ହଜାର ହଜାର ମାନସିକଧାରୀ କାଉଡିଆମାନେ ଜଳାଭିଷେକ କରିବା ଲାଗି ମନ୍ଦିରରେ ଭିଡ ଜମାଇଛନ୍ତି ।ଏହି ମାସରେ ଶିବଙ୍କ ଉଦ୍ଦେଶ୍ୟରେ ବ୍ରତ ରଖି ଜଳାଭିଷେକ କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣିତ ରହିଛି । ମାନସିକଧାରୀ କାଉଡିଆମାନେ ଶିବଶକ୍ତି ଉଦ୍ଦେଶ୍ୟରେ ଜଳାଭିଷେକ କରିବା ପାଇଁ ଶିବାଳୟରେ ଲମ୍ବା ଲାଇନ ଲଗାଇଛନ୍ତି । ନିଜ ମନବାଞ୍ଛା ପୂରଣ କରିବା ପାଇଁ ଭକ୍ତମାନେ ଅତି ଶ୍ରଦ୍ଧା ଓ ନିଷ୍ଠାର ସହ ଏହି ଶ୍ରାବଣ ମାସ ପାଳନ କରିଥାନ୍ତି ।

Show More
Back to top button