ନ୍ୟୁଜ୍

ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ ।

ସତ୍ୟଶିଖା ୦୭/୦୭/୨୦୨୫: ଆଖୁଆପଦାରେ ସତର୍କ ସଙ୍କେତ ଟପିଲା ବୈତରଣୀ ନଦୀର ଜଳସ୍ତର । ସତର୍କ ସଙ୍କେତ ୧୭.୮୩ ମିଟର ଥିବାବେଳେ ଆଜି ସକାଳ ୭ଟା ୩୦ ସୁଦ୍ଧା ୧୮.୦୩ ମିଟର ଜଳ ପ୍ରବାହିତ ହେଉଛି । ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର । ଉପର ମୁଣ୍ଡ କେନ୍ଦୁଝର ଚମ୍ପୁଆରେ ବର୍ଷାର ପ୍ରଭାବ ଅଧିକ ଥିବାରୁ ଆଖିଆପଦାଠାରେ ବୈତରଣୀ ନଦୀରେ ଜଳସ୍ତର ବଢୁଛି । ଫଳରେ ନଦୀପାର୍ଶ୍ବରେ ଥିବା ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି ।

Show More
Back to top button