ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ।


ସତ୍ୟଶିଖା :୦୨/୦୭/୨୦୨୫:ପିଏମ ମୋଦି ଘାନା, ତ୍ରିନିଦାଦ ଓ ତବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମ୍ବିଆ ଗସ୍ତ କରିବେ । ୩୦ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ଘାନା ଗସ୍ତ କରିବାକୁ ଯାଉଥିବା କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ସଚିବ ନିନା ମାଲହୋତ୍ରା । ଗସ୍ତ ସମୟରେ ସାମରିକ, ବାଣିଜ୍ୟ ସହଭାଗିତା ନେଇ ଦ୍ବିପାକ୍ଷାକ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଘାନା ପିଏମଙ୍କ ସହ ମୋଦିଙ୍କ ରାତ୍ରିଭୋଜନ ରହିଛି । ୧୫ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିବା ସମ୍ଭାବନା ରହିଛି। ୧୯୯୯ ପରେ ଏହା ଭାରତ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ତ୍ରିନିଦାଦ ଓ ତବୋଗୋ ଗସ୍ତ ହେବ ।
ପ୍ରଧାନମନ୍ତ୍ରୀ କମଲା ପ୍ରସାଦ ବିଶେସରଙ୍କ ନିମନ୍ତ୍ରଣରେ ପିଏମ ମୋଦିଙ୍କ ଏହା ପ୍ରଥମ ତ୍ରିନିଦାଦ ଓ ତବୋଗୋ ଗସ୍ତ । ଜୁଲାଇ ୫ରୁ ୮ ମଧ୍ୟରେ ବ୍ରାଜିଲର ରିଓ-ଡି-ଜେନେରିଓରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ଏହାପୂର୍ବରୁ ଜୁଲାଇ ୨ରୁ ୩ ଘାନା, ଜୁଲାଇ ୩ରୁ ୪ ତ୍ରିନିଦାଦ ଓ ତବାଗୋ, ଜୁଲାଇ ୪ରୁ ୫ ଆର୍ଜେଣ୍ଟିନା ଗସ୍ତ କରିବେ । ଗସ୍ତର ଶେଷ ପର୍ଯ୍ୟାୟରେ ଜୁଲାଇ ୯ରେ ନାମ୍ବିଆ ଗସ୍ତ କରି ରାଷ୍ଟ୍ରପତି ନେତୁମ୍ବ ନାମ୍ବିଙ୍କ ସହି ଦ୍ବିପାକ୍ଷିକ ଆଲୋଚନା କରିବେ ପିଏମ ମୋଦି।