ନ୍ୟୁଜ୍

ଆଜିଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ମରାମତି l

ସତ୍ୟଶିଖା :୨୮/୦୬/୨୦୨୫: ଆଜିଠାରୁ ହେବ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ମରାମତି । ୮ ଦିନ ମଧ୍ୟରେ କାମ ଶେଷ କରିବାକୁ ଯୋଜନା ପ୍ରସ୍ତୁତ । ପ୍ରାୟ ୯୦ଟି ପଥର ବଦଳାଯିବାର ସମ୍ଭାବନା ରହିଛି । ବିଶେଷଜ୍ଞମାନଙ୍କୁ ନେଇ ପ୍ରତିଦିନ ୨ଟି ସିଫ୍ଟରେ ମରାମତି । ବାହାର ରତ୍ନଭଣ୍ଡାର କବାଟକୁ ସୁନା ଛାଉଣି କରିବା ଯୋଜନା ରହିଥିବାବେଳେ ବର୍ମା ଟିକ୍‌ କାଠ ଲଗାଯାଇ ସୁନା ଛାଉଣି କରିବାକୁ ଯୋଜନା ରହିଛି। ଶ୍ରୀମନ୍ଦିର ପ୍ରଶାସନ ସହ ଏଏସ୍‌ଆଇ ଅଧିକାରୀଙ୍କ ଆଲୋଚନା ହୋଇଥିବା ମନ୍ତ୍ରୀ କହିଛନ୍ତି।

ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୁଣିଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ୮ ଦିନ ମଧ୍ୟରେ କାମ ଶେଷ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିବାର ମଧ୍ୟ ମନ୍ତ୍ରୀ କହିଛନ୍ତି।

Show More
Back to top button