ପାଣି ପାଗ

୨୫ ଜୁନ୍ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ସତ୍ୟଶିଖା :୨୩/୦୬/୨୦୨୫:୨୪ ଏବଂ ୨୫ ତାରିଖରେ ଉପକୂଳ ଓଡ଼ିଶା ଏବଂ ଏହାର ଆଖପାଖରେ ୪୫ କିମିରୁ ୫୫ କିମି ବେଗରେ ପବନ ବ‌ହିବା ସହିତ ଝଡ଼ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ବିଭାଗ I ତେବେ ସାରା ଓଡିଶାରେ ଆହୁରି 5 ଦିନ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଜାରି ରହିବ । ରାଜ୍ୟର କିଛି ଜିଲ୍ଲା କୁ 25, 26 ଓ 27 ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । 25 ତାରିଖ ବେଳକୁ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ରହିଛି ସମ୍ଭାବନା । ତେବେ ଆଉ ଅନ୍ୟ ଜିଲ୍ଲା ମାନଙ୍କରେ ବି ପ୍ରବଳ ବର୍ଷା ନେଇ ସତର୍କ କରିଛି ବିଭାଗ ।

Show More
Back to top button