ହୃଦୟ ଜିତିଲେ ଏସ୍ଆଇ ଶୁଭଶ୍ରୀ, ସାବାସୀ ଦେଲେ ମେଗାଷ୍ଟାର ଚିରଞ୍ଜୀବ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମହାମାରୀ ‘କରୋନା’ ସମୟରେ ହୃଦୟ ଜିତିଲେ ସବ୍ଇନ୍ସପେକ୍ଟ(ଏସ୍ଆଇ) ଶୁଭଶ୍ରୀ ନାୟକ। ଜଣେ ଭୋକିଲା ଅସହାୟ ମାନସିକ ଭିନ୍ନକ୍ଷମଙ୍କ ମୁହଁରେ ଦାନା ଦେଇ ସେ ସମସ୍ତଙ୍କ ମନ ଜିଣିଛନ୍ତି। ଏଥିପାଇଁ ତାଙ୍କୁ ସାଉଥ୍ର ମେଗାଷ୍ଟାର ଚିରଞ୍ଜୀବ ପ୍ରଶଂସା କରିବା ସହିତ ଫୋନ୍ରେ କଥା ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ।
ମହାମାରୀ ‘କରୋନା’ ପାଇଁ ସମଗ୍ର ଦେଶ ଏବେ ଲକ୍ଡାଉନ୍ରେ ଅଛି। ଘରୁ ନବାହାରିବା ପାଇଁ ସମସ୍ତଙ୍କୁ ଅପିଲ୍ କରାଯାଇଛି। ସରକାରଙ୍କ ଅପିଲ୍କୁ ଲୋକମାନେ ଗ୍ରହଣ କରି ନିଜକୁ ସୁରକ୍ଷିତ ରଖିବା ପାଇଁ ଘରେ ରହୁଛନ୍ତି। ଏପ୍ରିଲ ମାସରେ ମାଲକାନଗିରିରେ କାର୍ଯ୍ୟରତ ଥିଲେ ଏସ୍ଆଇ ଶୁଭଶ୍ରୀ ନାୟକ। ଏହି ସମୟରେ ଭୋକରେ ଆଉଟୁପାଉଟୁ ହେଉଥିଲେ ଜଣେ ମାନସିକ ଭିନ୍ନକ୍ଷମ ମହିଳା। ଏପରି ହୃଦୟ ବିଦାରକ ଦୃଖି ପାରିଲେ ନାହିଁ ଶୁଭଶ୍ରୀ। ସଙ୍ଗେ ସଙ୍ଗେ ନିଜ ଖାଦ୍ୟ ତାଙ୍କୁ ଖୁଆଇ ଦେଇଥିଲେ। ଯାହାର ଭିଡିଓ ଶୋସାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଯେଉଁଥିପାଇଁ ତାଙ୍କ ପାଖକୁ ଛୁଟୁଥିଲା ପ୍ରଶଂସାର ସୁଅ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଡିଜିପି ଅଭୟ ଟ୍ୱିଟ୍ କରି ଶୁଭଶ୍ରୀଙ୍କୁ ପ୍ରଶଂସା ମଧ୍ୟ କରିଥିଲେ।
ତେବେ ବିଶ୍ୱ ମାତୃ ଦିବସରେ ଶୁଭଶ୍ରୀଙ୍କ ଏପରି କର୍ଯ୍ୟକୁ ପ୍ରଶଂସା କରିଛନ୍ତି ସାଉଥ୍ ମେଗାଷ୍ଟାର ଚିରଞ୍ଜୀବ। ଏପରିକି ତାଙ୍କ ପାଖକୁ ଫୋନ୍ କରି ପାଖାପାଖି ୨୦ରୁ ୨୫ ମିନିଟ୍ ଧରି କଥା ହୋଇଛନ୍ତି। ଶୁଭଶ୍ରୀଙ୍କ ଭିତରେ ଜଣେ ମା’, ଜଣେ ଝିଅ ଓ ଭାରତୀୟ ସଂସ୍କୃତିକୁ ଦେଖିପାରୁଛି ବୋଲି ଚିରଞ୍ଜୀବି କହିଛନ୍ତି।
ଆହୁରି ପଢ଼ନ୍ତୁ
ବ୍ୟସ୍ତବହୁଳ ସମୟରେ ଜଣେ ଅସହାୟଙ୍କ ଉପରକୁ ଆପଣଙ୍କ ନଜର କେମିତି ଯାଉଛି ବୋଲି ଚିରଞ୍ଜୀବଙ୍କ ପ୍ରଶ୍ନରେ ଶୁଭଶ୍ରୀ କହିଛନ୍ତି, ସମାଜ ପାଇଁ ଆମେ ଏଠି ଠିଆ ହୋଇଛୁ। ସମାଜର ସୁରକ୍ଷା ଦୃଷ୍ଟିରୁ ଧନ ଓ ଜନ ସୁରକ୍ଷା ଆମର କର୍ତ୍ତବ୍ୟ। ଆମ ଆଗରେ ଯିଏ ବିପଦରେ ପଡ଼ିବ ତାଙ୍କୁ ସହାୟତା ଦେଉଛୁ।”
Even in the most challenging situations, there is no #Lockdown to the motherly instincts. Saluting ALL the Mothers in the world #HappyMothersDay pic.twitter.com/LpqDS8bbDO
— Chiranjeevi Konidela (@KChiruTweets) May 10, 2020
[ad_2]