ନ୍ୟୁଜ୍

ପାକିସ୍ତାନର ସବୁ ଡ୍ରୋନ୍ ଆକ୍ରମଣ ଉଦ୍ୟମ ବିଫଳ କରାଯାଇଛି ।

ସତ୍ୟଶିଖା :୦୯/୦୫/୨୦୨୫: ଭାରତୀୟ ସେନା ବୟାନରେ କହିଛି ଯେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦିଆଯାଇଛି। ଜମ୍ମୁ, ପଠାଣକୋଟ ଓ ଉଧମପୁରରେ ସାମରିକ ସଂସ୍ଥାନକୁ ପାକିସ୍ତାନ ଡ୍ରୋନ୍ ଓ କ୍ଷେପଣାସ୍ତ୍ରରେ ଟାର୍ଗେଟ୍ କଲା । ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଅନୁସାରେ କାଇନେଟିକ୍ ଓ ନନ୍ କାଇନେଟିକ୍ କ୍ଷମତାର ଉପଯୋଗ କରି ବିପଦକୁ ତୁରନ୍ତ ବିଫଳ କରାଗଲା। ଏହି ଆକ୍ରମଣରେ ଧନଜୀବନର କୌଣସି କ୍ଷୟକ୍ଷତି ହୋଇନାହିଁ । ଭାରତ ନିଜର ସଂପ୍ରଭୁତାର ସୁରକ୍ଷା କରିବା ଏବଂ ନିଜ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ।

କାଲି ରାତିର ଅପରେସନ ନେଇ ଭାରତୀୟ ସେନାର ପ୍ରଥମ ବୟାନ । LOCର ବିଭିନ୍ନ ସ୍ଥାନରେ ଗତରାତିରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ। ପାକିସ୍ତାନର ସବୁ ଆକ୍ରମଣ ବିଫଳ କରାଯାଇଛି ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ପାକିସ୍ତାନର ସବୁ ଡ୍ରୋନ୍ ଆକ୍ରମଣ ଉଦ୍ୟମ ବିଫଳ କରାଯାଇଛି । ପାକିସ୍ତାନର ସବୁ ଷଡ଼ଯନ୍ତ୍ରକୁ ଶକ୍ତିର ସହ ଜବାବ ଦିଆଯିବ ।

Show More
Back to top button