ରାଶିଫଳ

ଶୁକ୍ରବାର ଆଜିର ଦିନଟି କେମିତି କଟିବ ଆସନ୍ତୁ ଜାଣିବା l

ସତ୍ୟଶିଖା :୨୫/୦୪/୨୦୨୫:

ମେଷ – ଦ୍ଵାଦଶ ଚନ୍ଦ୍ର ହେତୁ ଆପଣ ନିରୁତ୍ସାହିତ ହେବେ । ରୋଗରେ ଖର୍ଚ୍ଚ ବୃଦ୍ଧି ପାଇବ, ସଞ୍ଚୟ ମଧ୍ୟ ଶେଷ ହେବ | ନୂତନ ଚାକିରି ପାଇଁ ଆବେଦନ କରିପାରିବେ । ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ । କୌଣସି  ନୂତନ ଯୋଜନାରେ ବିନିଯୋଗ କରନ୍ତୁ ନାହିଁ ।

ବୃଷ – ଏକାଦଶ ଚନ୍ଦ୍ର ଥିବାରୁ ଦିନଟିରେ ଅଧିକ ପରିଶ୍ରମର ଯୋଗ ରହିଛି । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ । ଭାବନାକୁ ନିଜ ନିଅନ୍ତ୍ରଣରେ ରଖନ୍ତୁ। ବିଦ୍ୟାର୍ଥୀ ମାନେ ଖୁସି ଖବର ପାଇବେ ।

ମିଥୁନ – ପରିବାରରେ ଓ ଚାକିରି କ୍ଷେତ୍ରରେ ଆଦର ସମ୍ମାନ ମିଳିବ ଦିନଟି ଖୁସି ରେ କଟିବ । ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ ଚାପ ବୃଦ୍ଧି ପାଇବ | ଲାଗିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ   ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି ।

କର୍କଟ – ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ମାନ ସମ୍ମାନ ମିଳିବ । ଭାବିଚିନ୍ତି କାର୍ଯ୍ୟ ନିଷ୍ପତି ନିଅନ୍ତୁ ।

ସିଂହ – ମାନସିକ ଅଶାନ୍ତି ଓ ଶାରୀରିକ ପୀଡା ହେବାର ସମ୍ଭାବନା ରହିଛି । ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତା ରେ ରହିବେ । ପୈତୃକ ସମ୍ପତିକୁ ନେଇ ବିବାଦ ଲାଗି ପାରେ । ବନ୍ଧୁ ମିଳନର ଯୋଗ ରହିଛି ।

କନ୍ୟା – କୌଣସି ସ୍ଥାନରୁ ସମ୍ମାନର ଅଧିକାରୀ ହେବେ।ମନ ଖୁସି ହେବ । ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବ । ବ୍ୟବସାୟ ପାଇଁ  ଭ୍ରମଣ ସଫଳ ହେବ । ବ୍ୟବସାୟରେ ବୃଦ୍ଧି ଘଟିବ । ଲାଭ ପାଇଁ ମଧ୍ୟ ସୁଯୋଗ ରହିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ  । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ।

ତୁଳା – ମନରେ ଥିବା ଅହଂ ଭାବକୁ ସଂପୂର୍ଣ୍ଣ ଦୂରୀଭୂତ କରନ୍ତୁ ଉନ୍ନତିର ଯୋଗ ରହିଛି ହେଲେ ମଧ୍ୟ ଦିନଟି ମଧ୍ୟମ ଫଳ ଦେବ। ମନ ସର୍ବଦା ଚଞ୍ଚଳ ରହିବ । ମିଳିବାକୁ ଥିବା ଦ୍ରବ୍ୟର ପ୍ରାପ୍ତି ବିଳମ୍ବରେ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଆସିବ ।

ବିଛା – କିଛି ମୂଲ୍ୟବାନ ବସ୍ତୁ କିମ୍ବା ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । ଦିନଟିରେ ଆପଣ ଚିନ୍ତାରେ ପଡ଼ିବେ । ଜୀବନ ସାଥୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନ୍ନତି ଦେଖା ଦେବ ।ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ । ବିଦ୍ୟାର୍ଥୀ ମାନେ ଅସଫଳ ହେବେ ।

ଧନୁ – ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି ବିରୋଧୀ ମାନେ ହଇରାଣ କରିବାକୁ ପ୍ରୟାସ କରିବେ। କର୍ମ କ୍ଷେତ୍ରରେ ସାବଧାନ ଅବଲମ୍ବନ କରନ୍ତୁ । ଆର୍ଥିକ ଅନଟନ ଦେଖା  ଦେଇ ପାରେ ।ବିଦ୍ୟାର୍ଥୀ ମାନେ ଅବହେଳିତ ହେବେ ।

ମକର – ସୁଖ ପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବିରୋଧୀ ମାନେ ହଇରାଣ କରିବାକୁ ପ୍ରୟାସ କରି ବିଫଳ ହେବେ । କର୍ମ କ୍ଷେତ୍ରରେ ସାବଧାନ ଅବଲମ୍ବନ କରନ୍ତୁ । ଆର୍ଥିକ ସ୍ଥିତି ରେ ସ୍ଵଚ୍ଛଳତ ଆସିବ । ବିଦ୍ୟାର୍ଥୀ ମାନେ ଉଚାଭିଲାସୀ ହେବେ ।

କୁମ୍ଭ– ଆପଣଙ୍କ କାର୍ଯ୍ୟ ରେ କୌଣସି ବ୍ୟକ୍ତି ବାଧା ସୃଷ୍ଟି କରି ପାରନ୍ତି ।ଚାକିରି ରେ ମଧ୍ୟମ ଫଳ ପ୍ରାପ୍ତି । ବ୍ୟବସାୟ ରେ ଧାର ଦିଅନ୍ତୁ ନାହିଁ । ଆର୍ଥିକ ସ୍ଥିତି ରେ ବୃଦ୍ଧି ସହିତ ମାନସିକ ଶାନ୍ତି ବଜାୟ ରହିବ । ଭ୍ରମଣ ର ଯୋଗ ରହିଛି । ବିଦ୍ୟାର୍ଥୀ ମାନେ ସଫଳ ହେବେ ।

ମୀନ – ରାଶିକୁ ଶ୍ରୀ ଚନ୍ଦ୍ର ରହିଥିବାରୁ ଦିନଟି ରେ ଉତ୍ତମ ଫଳ ପ୍ରାପ୍ତ କରିବେ । ବ୍ୟବସାୟୀ ମାନଙ୍କର ନୂତନ ଚୁକ୍ତି ଯୋଗୁଁ ଲାଭବାନ ହେବାର ସମ୍ଭାବନା ରହିଛି । ମାତା ପିତା ଙ୍କ ଆଶୀର୍ବାଦ ମିଳିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ସଫଳତା ଅର୍ଜନ କରିବେ ।

 

Show More
Back to top button