ନ୍ୟୁଜ୍
ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ୍ ଟଣ୍ଟନ l


ସତ୍ୟଶିଖା : ୨୬/୦୩/୨୦୨୫: ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ୍ ଟଣ୍ଟନ । ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ୍ ଟଣ୍ଡନ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ କେ. ହରିବାବୁ କମ୍ଭମ୍ପତି। ଏହି ଅବସରରେ ହାଇକୋର୍ଟରେ ବରିଷ୍ଠ ବିଚାରପତି, ମୁଖ୍ୟମନ୍ତ୍ରୀ ଏବଂ ଆଇନ୍ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ଥିବା ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଗତ ଜାନୁଆରୀ ୧୯ ତାରିଖରେ ଅବସର ଗ୍ରହଣ ଏହି ପଦ ଖାଲିପଡିଥିଲା। ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ କରିଥିଲେ ରାଷ୍ଟ୍ରପତି। ୨୦୧୦ ମସିହା ଏପ୍ରିଲ ୧୩ ତାରିଖରେ ଜଷ୍ଟିସ୍ ଟଣ୍ଡନ କଲିକତା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ପାଇଥିଲେ। ସର୍ବଭାରତୀୟ ସ୍ତରରେ ସମସ୍ତ ହାଇକୋର୍ଟର ବିଚାରପତିଙ୍କ ବରିଷ୍ଠତା ଆଧାରରେ ଜଷ୍ଟିସ୍ ଟଣ୍ଡନ ୭ତମ ସ୍ଥାନରେ ଅଛନ୍ତି।