

ସତ୍ୟଶିଖା ୦୩-୦୩-୨୦୨୫ : ସ୍କୁଲ କଲେଜ ପାଇଁ ଖୁବଶୀଘ୍ର ଆସିବ ଗାଇଡଲାଇନ୍ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନେ ଦୁଇ ଦିନ ମଧ୍ୟରେ ଆସିବ ସ୍ବତନ୍ତ୍ର ଗାଇଡଲାଇନ୍ । ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ବ ବିଭାଗର ସରିଛି ଆଲୋଚନ ।
ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାଳକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଉଛି । ମାର୍ଚ୍ଚ ଆରମ୍ଭ ରୁ ହିଁ ଅସହ୍ୟ ଗରମ ଅନୁଭୁତ ହେଲାଣି । ଏବେଠୁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଦିନ ୯ଟାରୁ ମଧ୍ୟ ଟାଇଁ ଟାଇଁ ଖରା ହେଉଛି । ଯାହାଦ୍ବାରା ଘରୁ ବାହାରିବା ମୁସ୍କିଲ ହେଇପଡୁଛି । ତେଣୁ ସ୍କୁଲ ଏବଂ କଲେଜ୍ ପିଲାଙ୍କ ପାଇଁ ଗାଇଡ୍ ଲାଇନ୍ ଆଣିବାକୁ ଯାଉଛନ୍ତି ସରକାର ।