ଦୁର୍ଘଟଣାନ୍ୟୁଜ୍

ପରିବା ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା ମୋ ବସ୍ l

ସତ୍ୟଶିଖା : ୦୭/୦୨/୨୦୨୫ : ପରିବା ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା ମୋ ବସ୍। ଦୁର୍ଘଟଣାରେ ପରିବା ବ୍ୟବସାୟୀ ଜଣଙ୍କ ଆହତ ହୋଇଛନ୍ତି। କଟକ ଖାନନଗର ମଲାଚଣ୍ଡିଆ ଟ୍ରାଫିକ ଛକରେ ଏହି ଦୁର୍ଘଟଣା ଘଟିଛି। ଆହତ ପରିବା ବ୍ୟବସାୟୀ ଜଣଙ୍କ ହେଲେ ବିକାଶ ସ୍ୱାଇଁ(୨୫)।

ଆଜି ସକାଳେ ବିକାଶ ବଜାରରୁ ପରିବା ନେଇ ନିଜ ଲୁନାରେ ଘରକୁ ଫେରୁଥିଲେ। ଏହି ସମୟରେ ଖାନନଗର ମଲାଚଣ୍ଡିଆ ଟ୍ରାଫିକ ଛକରେ ‘ମୋ ବସ୍‌’ଟି ବିକାଶଙ୍କୁ ଧକ୍କା ଦେଇଥିଲା। ବିକାଶ ତଳେ ଛିଟିକି ପଡ଼ି ଯାଇଥିଲେ। ତାଙ୍କ ଗାଡ଼ିରେ ଥିବା ପରିବା ଚାରିଆଡେ ଛିନଛତ୍ର ହୋଇ ପଡ଼ି ଯାଇଥିଲା। ସେଠାରେ ଥିବା ଉପସ୍ଥିତ ଲୋକେ ବିକାଶଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।

ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।  ସୂଚନାଯୋଗ୍ୟ, କିଛି ଦିନ ତଳେ ଭୁବନେଶ୍ୱର ସ୍ଥିତ ରଘୁନାଥପୁର ନିକଟରେ ମୋ ବସ୍‌ ଧକ୍କାରେ  ନାବାଳିକାର ମୃତ୍ୟୁ ଘଟିଥିଲା। ଝିଅଟି ସାଇକେଲ ନେଇ ଘରକୁ ଫେରୁଥିବା ବେଳେ ମୋ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଝିଅଟିର ମୃତ୍ୟୁ ଘଟିଥିଲା। ପୁଲିସ ମୋ ବସ୍ ଡ୍ରାଇଭରକୁ ଗିରଫ କରିଥିଲା।

Show More
Back to top button