ଦୁର୍ଘଟଣା

ଫାଟିଲା ଗ୍ୟାସ ଟାଙ୍କି

ସତ୍ୟଶିଖା(ଭୁବନେଶ୍ୱର) ୧୬.୧୧.୨୦୨୩ :  କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ବରାଡିଆ ଲଞ୍ଚ ଘାଟ ନିର୍ମାଣସ୍ଥଳରେ ଗ୍ୟାସ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ । ଫାଟିଲା ଗ୍ୟାସ ଟାଙ୍କି । ଜଳିଗଲା ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ । ଅଳ୍ପକେ ବର୍ତ୍ତିଲେ ୩୦ ଶ୍ରମିକ ।

ଗତକାଲି ରାତ୍ରି ସମୟରେ ବରାଡିଆ ପଞ୍ଚାୟତ ବରାଡିଆ ଗ୍ରାମ ସ୍ଥିତ ବୈତରଣୀ ନଦୀକୂଳଠାରେ ନିର୍ମାଣଧିନ ଲଞ୍ଚଘାଟ ଜେଟୀରେ କାମ କରୁଥିବା ଶ୍ରମିକ ମାନେ ରହୁଥିବା ଏକ ଛଣ ଛପର ଟେଣ୍ଟରେ, ରନ୍ଧନ ଗ୍ୟାସ୍ ଟାଙ୍କି ଓ ଅକ୍ସିଜେନ ଟାଙ୍କି ଫାଟି ଭୟାନକ ବିସ୍ଫୋରଣ ଘଟିଥିଲା  । ଏହି ବିସ୍ଫୋରଣରେ ପୁରା ବରlଡ଼ିଆ ଅଞ୍ଚଳ ଥରି ଉଠିଥିଲା ।

Show More
Back to top button