ବଳଦେବଜୀଉଙ୍କର ପସନ୍ଦର ଭୋଗ ରସାବଳୀ


ସତ୍ୟଶିଖା(ଭୁବନେଶ୍ୱର) ୧୫.୧୧.୨୦୨୩ : ଓଡିଆର ମନରେ ଭଗବାନଙ୍କ ପାଇଁ ଥିବା ବିଶ୍ଵାସ ଆଉ ଭରସାର ପ୍ରତୀକ ହେଉଛନ୍ତି ଠାକୁର। ଭକ୍ତିରେ ଓଡିଆମାନେ ସଵୁବେଳେ ଆଗରେ ରହିଥାନ୍ତି। ଖାଲି ସେତିକି ନୁହଁ ବରଂ ସୁସ୍ଵାଦୁ ଭୋଗ ବ୍ୟଞ୍ଜନ ତିଆରିରେ ଓଡିଶା ଏକ ସ୍ଵତନ୍ତ୍ର ସ୍ଥାନରେ । ପୁରୀରେ ବଡଠାକୁରଙ୍କ ପାଖରେ ହେଉଥିବା ୫୬ ଗୋଟି ଭୋଗ ଭିତରୁ ଗୋଟିଏ ହେଉଛି ରସାବଳୀ । ପ୍ରଭୁ ବଳଦେବଜୀଉଙ୍କର ପସନ୍ଦର ଭୋଗ ରସାବଳୀ ।
ଅନଙ୍ଗ ଭୀମଦେବଙ୍କ ସମୟରୁ ତୁଳସୀକ୍ଷେତ୍ରର ଭୋଗ ଭାବେ ଶ୍ରୀବଳଦେବଜୀଉଙ୍କୁ ୩୨ ରସାବଳୀ ଲାଗି କରାଯାଏ । ବଳଦେବଜୀଉଙ୍କ ପ୍ରିୟ ଭୋଗ ରସାବଳୀକୁ ମହାପ୍ରଭୁ ବଳଦେବଙ୍କ ଜନ୍ମଦିନ ଅର୍ଥାତ ରକ୍ଷାବନ୍ଧନରେ ‘ରସାବଳୀ ଦିବସ’ ଭାବେ ପ୍ରତିବର୍ଷ ପାଳନ କରାଯାଏ ।
କାହିଁ କେଉଁ କାଳରୁ ରସାବଳୀ ବଳଦେବଙ୍କ ପାଖରେ ଭୋଗ ହୋଇଆସୁଛି । ଏହା ଏକ ସୁସ୍ଵାଦୁ ଓଡ଼ିଆ ଖାଦ୍ୟ । ଏହା ଜଗନ୍ନାଥ ମନ୍ଦିରରେ ପରସା ଯାଉଥିବା ୫୬ ଭୋଗରୁ ଗୋଟିଏ । ଏହାକୁ ନେଇ ରହିଛି ଅନେକ ଆଧ୍ୟାତ୍ମିକ କଥା । ଏହାକୁ ପ୍ରସ୍ତୁତ କରିବାକୁ ରହିଛି ବିଭିନ୍ନ ସୋପାନ । ପିଠା ଭଳିଆ ବେଲି ଛେନାକୁ ଗରମ ଘିଅରେ ଛଣା ଯାଏ । ଛଣା ହେଇଥିବା ପିଠାକୁ କାଢି ତିଆରି ହେଇଥିବା ଝିଲିକୁ କାଢି କ୍ଷୀର, ଗୁଡ଼ରେ ତିଆରି ଗୋଟେ ମିଶ୍ରଣରେ ଛାଡ଼ି ଦିଆଯାଇଥାଏ । ଏହା ପରେ ଏଥିରେ କାଜୁ ଓ କିସମିସ ପକାଇ ପରସା ଯାଏ ।