ନ୍ୟୁଜ୍
ଘର ଭିତରେ ଅଜଗର


ସତ୍ୟଶିଖା (ଭୁବନେଶ୍ୱର) ୧୩.୧୧.୨୦୨୩ : ଘରେ ପଶିଲା ଅଜଗର । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ବାରବାଟିଆ ପଞ୍ଚାୟତ ଅନ୍ତର୍ଗତ ଦେବେନ୍ଦ୍ର ନାୟକଙ୍କ ଘରୁ ଏକ ଅଜଗର ସାପ ଉଦ୍ଧାର ହୋଇଛି । ଦେବେନ୍ଦ୍ର ନାୟକଙ୍କ ବାଡ଼ିରେ ଘେରା ଯାଇଥିବା ଜାଲରେ ଏକ ବିରାଟକାୟ ସାପ ଛନ୍ଦି ହୋଇଥିବା ଦେଖି ପରିବାର ଲୋକେ ଓ ସ୍ଥାନୀୟ ଗ୍ରାମବାସୀମାନେ ଭୟଭୀତ ହୋଇ କୌଣସି ଉପାୟ ନପାଇ ବନ ବିଭାଗକୁ ଖବର ଦେଇଥିଲେ ।
ବନବିଭାଗ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଳେଶ୍ୱରସ୍ଥିତ ରାଇବଣିଆ ଜଙ୍ଗଲରେ ଛାଡ଼ି ଥିବା ଜଣାପଡ଼ିଛି । ସାପଟିର ଲମ୍ବ ୧୦ ଫୁଟ୍ ହୋଇଥିବାବେଳେ ଓଜନ ୧୩ କିଲୋରୁ ଉର୍ଦ୍ଧ୍ୱ ହୋଇଥିବା ଜଣାପଡିଛି । ତେବେ ଭୋଗରାଇ ଅଞ୍ଚଳରେ ବାରମ୍ବାର ଏଭଳି ଅଜଗର ସାପ ବାହାରିବାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।