ଦୁର୍ଘଟଣା

ଡିଜେଲ ପିଇ ଯୁବକଙ୍କ ମୃତ୍ୟୁ

ସତ୍ୟଶିଖା (ଭୁବନେଶ୍ୱର) ୧୩.୧୧.୨୦୨୩ : ଗାଡିରୁ ଡିଜେଲ ଗିଳିବାରୁ ଚାଲିଗଲା ଯୁବକଙ୍କ ଜୀବନ l ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା  ମୁନିଗୁଡା ଥାନା ଅନ୍ତର୍ଗତ ଆଗୁଳ ଗାଁ ନିକଟରେ l ଦୁଇଦିନ ତଳେ ଆଗୁଳ ଗାଁ ତାରିଣି ଗୌଡ ନାମକ ଯୁବକ ତାଙ୍କର ଟ୍ରାକ୍ଟର କୌଣସି ଯାନ୍ତ୍ରିକ ତ୍ରୁଟିଯୋଗୁଁ ଟ୍ରାକ୍ଟର ଠାରୁ ପାଇପ୍ ଲଗେଇ ପାଟିରେ ଡିଜେଲ କାଢୁଥିବା ସମୟରେ ହଠାତ୍  ପେଟକୁ ଡିଜେଲ ଚାଲି ଯାଇଥିଲା l ଏହା ଫଳରେ ଘଟଣା ସ୍ଥଳରେ ହିଁ ସେ ଅସୁସ୍ଥ ହୋଇଯାଇଥିଲେ l

ପରିବାର ଲୋକେ ତାଙ୍କୁ ବିଷମକଟକ ଖ୍ରୀଷ୍ଟିୟାନ ମେଡିକାଲ ଠାରେ ଚିକିତ୍ସିତ କରାଉଥିଲେ l ଆଜି ତାଙ୍କର ମୃତ୍ୟୁ ହୋଇଥିବା ଖବରରୁ ଜଣାପଡିଛି l ଶବକୁ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ  ହସ୍ତାନ୍ତର କରିଥିବା ଜଣାପଡିଛି l ଘଟଣାକୁ ନେଇ ଆଗୁଳ ଗ୍ରାମରେ ଶୋକାକୁଳ ପରିବେଶ ଦେଖାଦେଇଛି l

Show More
Back to top button