ଦେଶ

ବିଦେଶରୁ ଫେରିଥିବା ୨ ବ୍ୟକ୍ତି କରୋନାରେ ସଂକ୍ରମିତ

ଥିରୁଅନନ୍ତପୁରମ: ୟୁଏଇ ଓ ଆବୁଧାବିରୁ ନିକଟରେ ଏୟାର ଇଣ୍ଡିଆ ବିମାନ ଯୋଗେ ଫେରିଥିବା ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେରଳକୁ ଫେରିଥିବା ୩୬୩ ବେଦଶ ଫେରନ୍ତାଙ୍କ ମଧ୍ୟରୁ ଦୁଇ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ କେରଳ ସରକାର ସୂଚନା ଦେଇଛନ୍ତି। ଜଣଙ୍କୁ କାଝିକୋଡ ଏବଂ ଅନ୍ୟ ଜଣଙ୍କୁ କୋଚିରେ ଥିବା କୋଭିଡ୍ ହସ୍ପିଟାଲକୁ ପଠାଯାଇଛି।

ଆହୁରି ପଢ଼ନ୍ତୁ

କେରଳରେ ଦୁଇ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୦୫ ଛୁଇଁଛି। ହେଲେ ଏବେ ମାତ୍ର ୧୭ ଜଣ ଚିକିତ୍ସାଧୀନ ରହିଛନ୍ତି। ୪୮୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ପ୍ରଥମେ କେରଳରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଉ ସବୁଠୁ ଅଧିକ ଆରୋଗ୍ୟ କେରଳରୁ ହିଁ ହୋଇଛନ୍ତି।

ଦୁଇ ଆକ୍ରାନ୍ତ ଚିହ୍ନଟ ହେବା ପରେ ଶୁକ୍ରବାର କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି, ରାଜ୍ୟ ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ସଫଳ ହୋଇଛନ୍ତି। ହେଲେ ଏବେ ବିଦେଶ ଫେରନ୍ତା ନିଜ ଘରକୁ ଫେରୁଛନ୍ତି। ତେଣୁ ତୃତୀୟ ପର୍ଯାୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

[ad_2]
Show More
Back to top button