ନ୍ୟୁଜ୍

୧ ଡିସେମ୍ବରରୁ ବସ୍ ଧର୍ମଘଟ, ବସ୍‌ ଧର୍ମଘଟ ଚେତାବନୀ ଦେଲା ଘରୋଇ ମାଲିକ ସଂଘ

ସତ୍ୟଶିଖା (ଭୁବନେଶ୍ୱର) ୦୮.୧୧.୨୦୨୩ : ପହିଲାରୁ ପୁଣି ବସ୍ ଧର୍ମଘଟ । ଡିସେମ୍ବର ପହିଲାରୁ ରାଜ୍ୟ ତମାମ ବସ୍‌ ଧର୍ମଘଟ ଚେତାବନୀ । ବସ୍‌ ଧର୍ମଘଟ ଚେତାବନୀ ଦେଲା ଘରୋଇ ମାଲିକ ସଂଘ । ଆସନ୍ତା ୨୨ରୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଆନ୍ଦୋଳନ । ପ୍ରଥମେ ନଭେମ୍ବର ୨୨ରୁ ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ ବସ୍ ମାଲିକ ।

ଯଦି ସରକାର ସେମାନଙ୍କ ଦାବି ନ ଶୁଣନ୍ତି ତେବେ ଆନ୍ଦୋଳନକୁ ବ୍ୟାପକ କରାଯିବ ସହ ବସ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ । ମାଲିକ ସଂଘ କର୍ମକର୍ତ୍ତା ବରଦା ଆଚାର୍ଯ୍ୟ ଏ ବିଷୟରେ ସୂଚନା ଦେଇଛନ୍ତି । ବସ୍ ଧର୍ମଘଟ ପୂର୍ବରୁ ୨୨ ତାରିଖରେ ୧୦୦୦ରୁ ଅଧିକ ବସ୍ ମାଲିକ ନିଜର ଦାବୀ ପୂରଣ ପାଇଁ ବିଧାନସଭା ସମ୍ମୁଖରେ ଧାରଣା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

Show More
Back to top button