ସ୍ୱାସ୍ଥ୍ୟ

ଶରୀରେ ଭିଟାମିନ୍ D ଅଭାବ ଥିଲେ କ’ଣ କରିବେ ?

ସତ୍ୟଶିଖା (ଭୁବନେଶ୍ୱର )୦୩.୧୧.୨୦୨୩ : ଭିଟାମିନ୍ ‘ଡି’ ହେଉଛି ଏକ ଅତ୍ୟାବଶ୍ୟକ ପୁଷ୍ଟିକର । ଶରୀରକୁ ସୁସ୍ଥ ରଖିବାକୁ ହେଲେ ଭିଟାମିନ୍ ‘ଡି’ ର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଥାଏ ।  ଯାହା ଆପଣଙ୍କ ଶରୀର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ପାଇଁ ଆବଶ୍ୟକ କରେ ।  ମଜବୁତ ହାଡ ଗଠନରେ ଏହା ସହାୟ ହୋଇଥାଏ ।

ଭିଟାମିନ୍ ‘ଡି’ ଅଭାବର ଲକ୍ଷଣ

  • ଭଲ ଭାବରେ ନିଦ ନ ହେବା
  • ହାଡ, ଗଣ୍ଠି ଆଦି ବ୍ୟଥା ହେବା
  • ଡିପ୍ରେସନରେ ବା ଅନେକାଂଶ ସମୟରେ ମୁଡ୍ ଖରାପ ରହିବା
  • ମାଂସପେଶୀ ଦୁର୍ବଳ ଲାଗିବା
  • ଶୁବ ଶୀଘ୍ର ରୋଗରେ ପୀଡିତ ହେବା
  • କେଶ ଝଡିବା
  • ଘା ଶୀଘ୍ର ଭଲ ନହେବା

ଆହୁରି ପଢନ୍ତୁ: ୫୦ ଡେଇଁଲେ ମହିଳାଙ୍କୁ ଘାରେ ଏହି ରୋଗର ଚିନ୍ତା !

କେଉଁଥିରେ ଭିଟାମିନ୍ ଡି ଥାଏ

  • ଭିଟାମିନ୍ ‘ଡି’ ପାଇଁ ସବୁଠୁ ବଡ ପ୍ରାକୃତିକ ଉତ୍ସ ହେଉଛି ସୂର୍ଯ୍ୟକିରଣ
  • ଚର୍ବିଯୁକ୍ତ ମାଛ ଏବଂ ସାମୁଦ୍ରିକ ଖାଦ୍ୟ ଖାଆନ୍ତୁ
  • ଅଧିକ ଛତୁ ଖାଇପାରିବେ
  • ଅଣ୍ଡାର ହଳଦିଆ ଅଂଶ ଖାଇପାରିବେ
  • ଡାକ୍ତରଙ୍କ ପରାମର୍ଶରେ ଭିଟାମିନ ଡି ମେଡିସିନ ମଧ୍ୟ ଖାଇପାରିବେ
  • ସେହିପରି କମଳା ରସ, ଦହି,ଦୁଗ୍ଧ,ସୋୟା ଇତ୍ୟାଗି ଖାଇପାରିବେ ।
  • କଲିଜା, ରେଡ୍ ମିଟ୍ ,ସାଲମନ ଆଦିରେ ମଧ୍ୟ ଭିଟାମିନ୍ ‘ଡି’ ପ୍ରଚୁର ପରିମାଣରେ ଥାଏ ।

ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟ ରୋଗରୁ ଦୂରେଇ ରହିବାକୁ ଚାହୁଁଛନ୍ତି ତେବେ ଅନ୍ୟ ଭିଟାମିନ ଭଳି ଭିଟାମିନ୍ ‘ଡି’ କୁ ଖାଦ୍ୟରେ ସାମିଲ୍ କରନ୍ତୁ ।

Show More
Back to top button