ସ୍ୱାସ୍ଥ୍ୟ

କଦଳୀ ଫେସପ୍ୟାକ ଲଗାଇବା ଦ୍ୱାରା ମୁହଁରେ ରହିବନି ଶୁଷ୍କପଣ

ସତ୍ୟଶିଖା (ଭୁବନେଶ୍ୱର )୦୧.୧୧`.୨୦୨୩ : ସୁନ୍ଦର ଦେଖାଯିବାକୁ କାହାକୁ ବା ଭଲ ନଲାଗେ। କହିବାକୁ ଗଲେ ଝିଅମାନେ ସେଥିପାଇଁ ଅନେକ ଜିନିଷ ମୁହଁରେ ଲଗାନ୍ତି। କିନ୍ତୁ ସବୁଠାରୁ ଭଲ ଜିନିଷ ହେଉଛି କି ଯଦି ଆପଣ ଘରେ କୌଣସି ପ୍ରକାରର ଫେସ ପ୍ୟାକ ପ୍ରସ୍ତୁତ କରି ଲଗାନ୍ତି, ତେବେ ଏହା ଭଲ କାମ ଦେଇଥାଏ। ଏବେ ଶୀତ ଦିନ ଆସିଗଲାଣି। ଏମିତିରେ ସମସ୍ତଙ୍କ ଦେହ ଫାଟିଥାଏ। ତେଣୁ ଶୀତଦିନେ କିପରି ନିଜ ତ୍ୱଚାର ନେବେ ଯତ୍ନ ନଜର ପକାନ୍ତୁ।

ଶୀତଦିନ ଆରମ୍ଭ ହେବାମାତ୍ରେ ଲୋକେ ତ୍ୱାଚା ଶୁଖିଲାପଣ ଓ ସ୍କିନ ଦୁର୍ବଳକୁ ନେଇ ଅନେକ ଚିନ୍ତାରେ ରହିଆନ୍ତି । କଦଳୀକୁ ଫେସପ୍ୟାକ କରି ମୁହଁରେ ଲାଗାଇଲେ ଶୀତଦିନେ ମୁହଁ ଫାଟିବା ଶୁଖିଲା ପଣ ସହ ମୁହଁର ଚମକ ଫେରି ଆସିଥାଏ ।
ସର୍ବପ୍ରଥମେ ଏକ ପାତ୍ରରେ କଦଳୀକୁ ଭଲଭାବେ ଚକଟି ଦିଅନ୍ତୁ । ସେଥିରେ ଚାଉଳ ଗୁଣ୍ଡ ଏବଂ ମହୁକୁ ମିଶାଇ ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ । ପ୍ରସ୍ତୁତ ପ୍ୟାକକୁ ମୁହଁରେ ଲାଗାଇ ୧୫ ମିନିଟ ରଖନ୍ତୁ ଏହାପରେ ସାଧା ପାଣିରେ ମୁହଁ ଧୋଇ ଦିଅନ୍ତୁ ।

ଏହାକୁ ଆପଣ ପ୍ରତି ୨ଦିନକୁ ଥରେ ଲେଖାଏଁ ଯଦି ଲଗାନ୍ତି ତେବେ ଶୀତଦିନେ କେବେ ମୁହଁ ଶୁଖିଲା ହେବନାହିଁ ।ଏହାପରେ ଦେଖିବେ ଆପଣଙ୍କ ତ୍ୱଚା କେତେ ସୁନ୍ଦର ଦେଖାଯିବ। ଏବଂ କେତେ ମାତ୍ରାରେ ଚିକ୍କଣ ଦେଖାଯିବ।

Show More
Back to top button